ନୂଆଦିଲ୍ଲୀ: ସୁପରଷ୍ଟାର ସଲମାନ ଖାନଙ୍କ ଅଙ୍ଗରକ୍ଷୀ କଟ୍ରିନାଙ୍କ ସ୍ବାମୀ ଭିକ୍କି କୌଶଲଙ୍କୁ ଧକ୍କା ଦେଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।

Advertisment

ଏହି ଭିଡିଓ‌ରେ ସଲମାନଙ୍କ ସିକ୍ୟୁରିଟି ଟିମ ଭିକ୍କି କୌଶଲଙ୍କ ସହିତ ଖରାପ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ତେବେ ସଲମାନ ଓ ଭିକ୍କି ନିକଟ‌ରେ ଆଇଆଇଏଫଏ-୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠ‌ାରେ ଏହି ଦୁଇଷ୍ଟାରଙ୍କ ଭେଟା‌ଭେଟି ହୋଇଥିଲା।

ତେବେ ଭିକ୍କି ଆଇଆଇଏଫଏ -୨୦୨୩ କାର୍ଯ୍ୟକ୍ରମରେ ଥିବା ବେଳେ ତାଙ୍କର ଜଣେ ଫ୍ୟାନଙ୍କ ସହ ସେ ଫଟୋ ଉଠାଉଥି‌ଲେ। ଏହି ସମୟରେ ସାମ୍ନାରୁ ସଲମାନ ଆସି ଯାଇଥିଲେ। ତେବେ ରାସ୍ତା ଫାଙ୍କା କରିବାକୁ ଯାଇ ସଲମାନଙ୍କ ଅଙ୍ଗରକ୍ଷୀମାନେ ଭିକ୍କିଙ୍କୁ ଧକ୍କା ଦେଇଥିଲେ। ଭିକ୍କି କିଛିପାଦ ଆଗକୁ ଚାଲି ଯାଇଥିଲେ। ଏହି ଘଟଣାରେ ଅଭିନେତା ଆଶ୍ଚର୍ଯ୍ୟ ବି ହୋଇଯାଇଥିଲେ।

ଆଉ ଏସବୁ ଘଟଣାକୁ ଅଣଦେଖା କରି ସେ ସଲମାନଙ୍କ ସହ ହାତ ମିଳାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଭାଇଜାନ ଭିକ୍କିଙ୍କୁ ଯେମିତି ଜାଣି ନାହାନ୍ତି ସେମିତି ବ୍ୟବହାର କରି ସେଠାରୁ ଚାଲି ଯାଇଥିଲେ।

ସଲମାନଙ୍କ ଏଭଳି ସ୍ବଭାବ ତାଙ୍କ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସିନାହିଁ। ଭାଇଜାନକୁ ନେଇ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ ପ୍ରଶ୍ନ କରିଛନ୍ତି କି, ‘ସଲମାନ ଭାଇ ଆପଣ ତ ବହୁତ ଭଲ। ଏମିତି କାହିଁକି ଭିକ୍କିଙ୍କ ସହ ବ୍ୟବହାର କଲେ?’