‘ଟାଇଗର-୩’ର ସୁଟିଂରେ ଆହତ ହେଲେ, ସଲମାନଙ୍କ ହାଲ୍ ବେହାଲ କଲା ୫କିଲୋର ଡମ୍ବଲ୍

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନ ଏବେ ତାଙ୍କ ନୂଆ ଚଳଚ୍ଚିତ୍ର ‘ଟାଇଗର-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ‘କିସି କା ଭାଇ କିସି କି ଜାନ’ ପରେ ସଲମାନ ‘ଟାଇଗର-୩’ରେ ନଜର ଆସି‌ବେ। ‘କିସି କା ଭାଇ କିସି କି ଜାନ’ ଫ୍ଲପ ହେବା ପରେ ‘ଟାଇଗର-୩’କୁ ନେଇ ଆଶାବାଦୀ ଅଛନ୍ତି ସଲମାନ।‌ ତେବେ ଏହି ଫିଲ୍ମର ସୁଟିଂ ଚାଲିଥିବା ବେଳେ ସଲମାନ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି।

ସଲମାନ ଖାନ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମ ‘ଟାଇଗର-୩’ ସେଟରୁ ତାଙ୍କର ଏକ ନୂଆ ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ଚେହେରା ଦୃଶ୍ୟମାନ ହେଉନାହିଁ, କିନ୍ତୁ ତାଙ୍କ ବାମ କାନ୍ଧରେ ଯନ୍ତ୍ରଣାର ଉପଶମ ପାଇଁ ପ୍ୟାଚ୍ ଲାଗିଥିବା ଦେଖାଯାଇଛି। ତାଙ୍କ କାନ୍ଧରେ କିପରି ଆଘାତ ଲାଗିଲା ତାହା ସଲମାନ କ୍ୟାପସନରେ କହିଛନ୍ତି। ସେ ଲେଖିଛନ୍ତି, ‘‘ଯେତେବେଳେ ତୁମକୁ ଲାଗେ ଯେ ତୁମେ ତୁମ କାନ୍ଧରେ ଦୁନିଆର ଭାର ଉଠାଇଛ, ସେତେବେଳେ ସେ ( କାନ୍ଧ) କହେ ଦୁନିଆକୁ ଛାଡ, ମୋତେ ପାଞ୍ଚ କିଲୋର ଡମ୍ବଲ ଉଠାଇ ଦେଖାଅ। ଟାଇଗର ଆହତ ହୋଇଛି। #ଟାଇଗର-୩।’’

 

View this post on Instagram

 

A post shared by Salman Khan (@beingsalmankhan)

ଫଟୋରେ ସଲମାନ ଖାନଙ୍କ ଏହି ଅବସ୍ଥା ଦେଖି ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଅଭିନେତାଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଶୀଘ୍ର ସୁସ୍ଥ ହୁଅ’। ଅନ୍ୟ ଜଣେ ଲେଖିଛନ୍ତି ‘ନିଜର ଯତ୍ନ ନିଅ’। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ଶିକାର କରିବାକୁ ଶୀଘ୍ର ଭଲ ହୁଅ ଟାଇଗର। ଆଉ ଜଣେ ଲେଖିଛନ୍ତି, ‘ଆହତ ବାଘ ଆହୁରି ବିପଜ୍ଜନକ।’

ସମ୍ବନ୍ଧିତ ଖବର