ସମାଧିସ୍ଥଳ ଫଟୋ ସେୟାର କଲେ ସଲମନ
ଅଭିନେତା ସଲମନ ଖାନ୍ ନିଜର ପ୍ରଶଂସକମାନଙ୍କୁ ଘରେ ରହିବା ପାଇଁ ବିଭିନ୍ନ ଭିଡିଓ ସେୟାର କରୁଛନ୍ତି। ଲକ୍ଡାଉନ ପରେ ସେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହୋଇଛନ୍ତି। ତେବେ ନିକଟରେ ସେ ଏକ ବନ୍ଦ ଥିବା ସମାଧିସ୍ଥଳ ଓ ଶୂନଶାନ ସହରର ଫଟୋ ଛାଡ଼ିଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ ଲୋକେ ନିୟମ ମାନୁଥିବାରୁ ସମାଧିସ୍ଥଳ ମଧ୍ୟ ଆବଶ୍ୟକ ପଡ଼ିନାହିଁ। ଏଣେ ସହର ବି ଶୂନଶାନ ପଡ଼ିଛି। ତେଣୁ ଲୋକେ ଲକ୍ଡାଉନ ତଥା ଘରେ ସୁରକ୍ଷିତ ରହିବାର ଗଭୀରତାକୁ ହୃଦୟଙ୍ଗମ କରିଥିବାରୁ ସେ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଏପରି ମନୋଭାବକୁ ବହୁ ପ୍ରଶଂସକ ପ୍ରଶଂସା କରିଛନ୍ତି।