ମୁମ୍ବାଇ : ସୁପରଷ୍ଟାର ସଲମାନ ଖାନ୍ ବଡ଼ ବଡ଼ ବଜେଟର ଫିଲ୍ମ କରିବା ସହ ବଡ଼ ବଡ଼ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡାର ହୋଇ ସାରିଛନ୍ତି । ଏହା ସହ ୯ବର୍ଷ ହେଲାଣି ସେ ରିୟାଲିଟି ସୋ’ ବିଗ୍ ବସ୍ର ହୋଷ୍ଟିଂ ମଧ୍ୟ କରି ଆସୁଛନ୍ତି । ତେବେ ସିଜିନ୍ ବଢ଼ିବା ସହ ସଲମାନଙ୍କୁ ମିଳୁଥିବା ଟଙ୍କା ମଧ୍ୟ ବଢ଼ିବାରେ ଲାଗିଛି । ଆଗକୁ ଆସିବାକୁ ଥିବା ବିଗ୍ ବସ୍ ସିଜିନ୍-୧୩ ପାଇଁ ସଲମାନ ଚ୍ୟାନେଲ ସହ ୪୦୩କୋଟି ଟଙ୍କାର ଡିଲ କରିଥିବା ଜଣା ପଡ଼ିଛି । ସଲମାନ ପୂର୍ବ ବର୍ଷଠାରୁ ୧୦୦କୋଟି ଟଙ୍କା ଅଧିକ ନେଉଥିବା ବେଳେ ସପ୍ତାହର ଦୁଇ ଦିନ ପାଇଁ ତାଙ୍କୁ ଚ୍ୟାନେଲ ତରଫରୁ ୩୧କୋଟି ଟଙ୍କା ଦିଆଯିବ ।
/sambad/media/post_attachments/wp-content/uploads/2019/06/634599-salmankhan-122017-300x169.jpg)
ସୂଚନା ମୁତାବକ, ବିଗ୍ ବସ୍ର ଓ୍ଵିକ୍ଏଣ୍ଡ କା ବାର୍ରେ ନଜର ଆସି ପ୍ରତିଯୋଗୀମାନଙ୍କୁ ସେମାନଙ୍କ ଭୁଲ ଠିକ୍ ବିଷୟରେ ଜଣାଇଥାନ୍ତି ସଲମାନ । ଶନିବାର ଏବଂ ରବିବାର ସଲମାନ ସୋ’ରେ ନଜର ଆସୁଥିବା ବେଳେ ଏହି ୨ଦିନର ଟିଆର୍ପି ରେଟିଂ ମଧ୍ୟ ଅଧିକ ରହିଥାଏ । ଏହାକୁ ଆଖି ଆଗରେ ରଖି ଏବେ ସଲମାନ ଅଧିକ ଟଙ୍କା ଡିମାଣ୍ଡ କରିଥିବା ଜଣା ପଡ଼ିଛି ।