ମୁମ୍ବାଇ : ପୁଣି ଥରେ ମାମୁଁ ବନିବେ ଦବଙ୍ଗ ଷ୍ଟାର ସଲମାନ ଖାନ୍ । ତାଙ୍କ ଭଉଣୀ ଅର୍ପିତା ଦ୍ୱିତୀୟ ଥର ପାଇଁ ମା’ ବନିବାକୁ ଯାଉଥିବା ନେଇ ଅନେକ ଚର୍ଚ୍ଚା ହେଉଥିଲେ ମଧ୍ୟ ଖବରକୁ ନେଇ ପୂର୍ବରୁ କୌଣସି ସ୍ପଷ୍ଟିକରଣ ମିଳି ନଥିଲା । ଏବେ ଅନେକ ଚର୍ଚ୍ଚା ପରେ ଅର୍ପିତା ମା’ ହେବା ଖବର ସତ ବୋଲି ଜଣା ପଡ଼ିଛି । ଖବରଟି ସତ ବୋଲି କହିଛନ୍ତି ଅର୍ପିତାଙ୍କ ସ୍ୱାମୀ ଆୟୁଷ ଶର୍ମା ।
/sambad/media/post_attachments/1b5dcec3bcdeb89b973a277cacf3b338d0b3924fa08c1531472c31e4f07b95b3.jpeg)
ସୂଚନା ମୁତାବକ, ଅର୍ପିତା ଏବଂ ଆୟୁଷ ଦୁହେଁ ଏକ ଆଓ୍ଵାର୍ଡ ସୋ’ରେ ପହଞ୍ଚିଥିଲେ । ସେଠାରେ ଅର୍ପିତା ଗର୍ଭବତୀ ଥିବା ଖବରକୁ ନେଇ ପ୍ରଶ୍ନ କରାଯିବା ପରେ, କିଛି ବହୁତ ଭଲ ହେବାକୁ ଯାଉଛି । ହଁ, ଅର୍ପିତା ଏବଂ ମୁଁ ଦ୍ୱିତୀୟ ଶିଶୁର ମାତା-ପିତା ବନିବାକୁ ଯାଉଛୁ । ଏହା ଖୁବ୍ ସୁନ୍ଦର ଯାତ୍ରା ହେବାକୁ ଯାଉଛି ବୋଲି କହିଥିଲେ ଆୟୁଷ । ବିବାହ ପରେ ୨୦୧୬ରେ ଆୟୁଷ ଓ ଅର୍ପିତା ନିଜର ପ୍ରଥମ ଶିଶୁ ଆହିଲଙ୍କୁ ଏ ଦୁନିଆକୁ ଆଣିଥିଲେ । ଏବେ ସେ ପୁଣି ଥରେ ମା’ ହେବାକୁ ଯାଉଥିବା ବେଳେ ପରିବାର ସମସ୍ତ ସଦସ୍ୟ ଖୁସିଥିବା ଜଣା ପଡ଼ିଛି ।