ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ସଲମାନ୍‌ ଖାନ୍‌

ନୂଆଦିଲ୍ଲୀ: ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ଜୁନ୍‌ ୧୪ ତାରିଖରେ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତ କାହିଁକି ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପ୍ରକାଶିତ ଖବର ଅନୁଯାୟୀ, ସୁଶାନ୍ତ ସିଂ ଗତ ୬ମାସ ଧରି ଡିପ୍ରେସନରେ ଥିଲେ। ଏଥିସହିତ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ବଂଶବାଦକୁ ନେଇ ପୁଣି ଥରେ ବିବାଦ ଉଠିଛି। କିଛି ବଲିଉଡ କଳାକାର ଏହାର ଖୁଲାସା କରୁଥିବା ବି ଦେଖିବାକୁ ମିଳିଛି। ଯେଉଁଥିରେ ଅଭିନେତ୍ରୀ କଙ୍ଗନା ରାନାୱତ, ଅଭିନେତା ସାହିଲ ଖାନ ଏବଂ ନିର୍ଦ୍ଦେଶକ ଅଭିନବ କାଶ୍ୟପ ସାମିଲ ଅଛନ୍ତି।

Ajay Devgn on Sushant Singh Rajput Death: 'What a tragic loss ...
Times of India

ଏହି ପରିପ୍ରେକ୍ଷୀରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ସୋସିଆଲ ମିଡିଆରେ ସିଧାସଳଖ ଆକ୍ଷେପ କରାଯାଉଛି। ଏଭଳି ସମୟରେ ଟୁଇଟରରେ କିଛିଲୋକ ସଲମାନଙ୍କ ସମ୍ପୂର୍ଣ୍ଣ ସମର୍ଥନରେ କରୁଛନ୍ତି। ଯେଉଁମାନଙ୍କ ମଧ୍ୟରୁ କେତେକ ବଲିଉଡ ତାରକା ମଧ୍ୟ ରହିଛନ୍ତି। ଏହି ପ୍ରସଙ୍ଗରେ ସଲମାନ ଖାନ ପ୍ରଥମଥର ମୁହଁ ଖୋଲିଛନ୍ତି।

ଏକ ଟୁଇଟରରେ ସଲମାନ ଖାନ ଲେଖିଛନ୍ତି, ‘ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ଛିଡା ହେବାକୁ ଅନୁରୋଧ କରୁଛି ଏବଂ ଦୟାକରି ଖରାପ ଭାଷାର ବ୍ୟବହାର କରନ୍ତୁ ନାହିଁ। ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏହି କଷ୍ଟ ସମୟରେ ସୁଶାନ୍ତଙ୍କ ପରିବାରଲୋକଙ୍କ ସହଯୋଗ କରନ୍ତୁ। କେହି ଜଣେ ଆତ୍ମୀୟଙ୍କୁ ହରାଇବା ପରେ ବହୁତ କଷ୍ଟ ଲାଗିଥାଏ।।

Sushant Singh Rajput suicide: Insiders and outsiders weigh in on ...
Mid-Day

ଆପଣଙ୍କୁ ଜଣାଇବାକୁ ଚାହୁଁଛୁ କି, ବଲିଉଡର ନିର୍ଦ୍ଦେଶକ ଅଭିନବ କଶ୍ୟପ ଏବଂ ସ୍ୱର୍ଗତ ଜିଆ ଖାନଙ୍କ ମାଆ ରାବିଆ ଅମିନ ସଲମାନ ଖାନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିବା ପରେ ହିଁ ଏହି ମାମଲା ଅଧିକ ବିବାଦୀୟ ହୋଇଯାଇଛି। କିନ୍ତୁ ବର୍ତ୍ତମାନ କିଛି ତାରକା ସଲମାନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଏପଟେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ଆୟୁଷ ଶର୍ମା, ସାକିବ ସଲିମ, ଜହିର ଇକବାଲ ଏବଂ ସ୍ନେହା ଉଲାଲ ଟୁଇଟରରୁ ବିଦାୟ ନେଇ ଯାଇଛନ୍ତି।

ସମ୍ବନ୍ଧିତ ଖବର