ମୁମ୍ବାଇ : ଏତେ ଦିନ ଧରି ସମସ୍ତଙ୍କ ମନରେ ଥିବା ଉତ୍ସାହକୁ ଆହୁରି ଟିକେ ବଢ଼ାଇ ଦେଇଛି ‘ରେସ୍-୩’ର ପ୍ରଥମ ପୋଷ୍ଟର । ଗତ କିଛି ଦିନ ଧରି ‘ରେସ୍-୩’ର ଷ୍ଟାରମାନଙ୍କୁ ନେଇ ଚର୍ଚା ହେଉଥିବା ବେଳେ ଏବେ ଏହାର ପୋଷ୍ଟରକୁ ନେଇ ଚର୍ଚା ଆରମ୍ଭ ହୋଇଛି । ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ଦବଙ୍ଗ ଷ୍ଟାର ସଲମାନ ଖାନ୍ । ନିଜ ଲୁକ୍କୁ ନେଇ ସବୁବେଳେ କିଛି ଅଲଗା କରିବାର ଚେଷ୍ଟା ରଖୁଥିବା ସଲମାନ ଏଥିରେ ମଧ୍ୟ ନିଜର କମାଲ ଦେଖାଇଛନ୍ତି ।
ରିଲିଜ ହୋଇଥିବା ପୋଷ୍ଟରରେ ସେ ଏକା ନଜର ଆସୁଥିବା ବେଳେ ଏହାକୁ ସେ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ସେୟାର କରି ଏ ସପ୍ତାହରେ ‘ରେସ୍-୩’ର ପରିବାରକୁ ଦେଖା କରୁଛି……ମୋ ନାଁ ହେଉଛି ସିକନ୍ଦର, ସେଲ୍ଫ୍ଲସ୍ ଓଭର ସେଲ୍ଫିସ୍।’ ଏହି ଟ୍ଵିଟ୍ ପରେ ସଲମାନଙ୍କ ଏହି ନୂଆ ଲୁକ୍କୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକେ । ଅବୁ ଧାବିରେ ‘ରେସ୍-୩’ର ସୁଟିଂ କରୁଥିବା ସଲମାନ ଏହି ଫିଲ୍ମ ପାଇଁ ଏକ ଗୀତ ଲେଖିଛନ୍ତି ବୋଲି ଖବର ଆସିଥିଲା ।
Is hafte milata hoon #Race3 ki family se … mera naam hai Sikander. Selfless over selfish . #Race3ThisEid @tipsofficial @SKFilmsOfficial pic.twitter.com/FAP4FAQkoc
— Salman Khan (@BeingSalmanKhan) March 19, 2018
ପୂର୍ବରୁ ଗୀତ ଗାଇ ତାଙ୍କ ଫ୍ୟାନ୍ମାନଙ୍କୁ ମତୁଆଲା କରିଥିବା ସଲମାନଙ୍କ ଆଗାମୀ ଗୀତକୁ ଉତ୍ସାହର ସହ ଦର୍ଶକେ ଅପେକ୍ଷା କରିଛନ୍ତି ବୋଲି ଖବର ପ୍ରସାରିତ ହେବା ପରେ ସେମାନଙ୍କ ପ୍ରତିକ୍ରିୟାରୁ ଜଣାପଡ଼ିଛି । ଇଦ୍ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡ଼ିସୁଜା । ସଲମାନଙ୍କ ସହ ଏଥିରେ ନଜର ଆସୁଛନ୍ତି ଜାକ୍ଲିନ୍ ଫର୍ଣ୍ଣାଣ୍ଡିିଜ୍, ବବି ଦେଓଲ,ଅନିଲ କପୁର, ଡ଼େଜି ଶାହା ଏବଂ ସକିବ୍ ସଲିମ୍ ।