ସଲମାନ୍ ଖାନ୍‌ ‘ବିଗ୍‌ ବସ୍‌’ ୧୧ରୁ ହଟାଇଲେ କଣ୍ଡୋମ୍‌ ବିଜ୍ଞାପନ

ନୂଆଦିଲ୍ଲୀ: ‘ବିଗ୍‌ ବସ୍‌’ରେ ଭାଗ ନେଇଥିବା ସଦସ୍ୟଙ୍କୁ କମ୍‌ ଭୋଟ ମିଳିବା ହେତୁ ସେମାନଙ୍କୁ ଘରୁ ବାହାର କରି ଦିଆଯାଇଥାଏ। ତେବେ ‘ବିଗ ବସ୍‌-୧୧’ରେ ଉପସ୍ଥାପକ ସୁପରଷ୍ଟାର ସଲମାନ ଖାନ୍‌ ତାଙ୍କ ସୋ’ରୁ ଏକ ବିଜ୍ଞାପନର ପ୍ରସାରଣକୁ ହଟାଇ କରିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବିଜ୍ଞାପନଟି ଅଭିନେତ୍ରୀ ବିପାଶା ବସୁ ଓ ଅଭିନେତା କରଣ ସିଂହ ଗ୍ରୋଭରଙ୍କ ଥିଲା। ଏଥିରେ ଦୁହେଁ  ଏକ  ବ୍ରାଣ୍ଡର କଣ୍ଡୋମର ବିଜ୍ଞାପନ କରୁଥିବା ନଜର ଆସୁଥିଲେ।

ସଲମାନଙ୍କୁ ଲାଗିଲା କି, ବିପାଶା ଓ କରନ୍‌ଙ୍କ ଏହି ବିଜ୍ଞାପନ ‘ବିଗ୍‌ ବସ୍‌’ର ପ୍ରସାରଣ ସମୟରେ ଦେଖାଯିବା ଉଚିତ ନୁହେଁ। କାରଣ ତାଙ୍କର ଏହି ସୋ’କୁ ଘରେ ବାପା-ମା’ଙ୍କ ସହିତ ପିଲାମାନେ ସମସ୍ତେ ଏକାଠି ବସି ଦେଖି ଥାଆନ୍ତିି। ତେବେ ପାରିବାରିକ ସୋ’ରେ ଏଭଳି ବିଜ୍ଞାପନର ପ୍ରସାରଣକୁ ବନ୍ଦ କରି ଦିଆଯିବାକୁ ସେ ଉଚିତ ମନେ କରିଥିଲେ। କଲର୍ସ ଚାନେଲ ବି ସଲମାନଙ୍କ ଏହି କଥାରେ କୌଣସି ବି ପ୍ରଶ୍ନ ନକରି ବିଜ୍ଞାପନକୁ ବନ୍ଦ କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ, ସିନେମାରେ ବି ସଲମାନଙ୍କୁ ଅନ୍ୟ ଅଭିନେତାଙ୍କ ଭଳି ଅଭିନେତ୍ରୀଙ୍କ ସହିତ ଲିପ୍‌-ଲକ୍‌ ଦୃଶ୍ୟରେ ଏଯାବତ୍‌ ତାଙ୍କୁ ଦେଖିବାକୁ ମିଳି ନାହିଁ।

ସମ୍ବନ୍ଧିତ ଖବର