ସଲମାନଙ୍କ ଏହି ଉପଦେଶ ଶୁଣି ଅଭିନୟରେ କ୍ୟାରିୟର ଗଢ଼ିଥିଲେ ଅର୍ଜୁନ କପୁର

ମୁମ୍ବାଇ : ବଲିଉଡ୍‌ରେ ନିଜ ଅଭିନୟ ଓ ଲୁକ୍‌ ଜରିଆରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି ଅଭିନେତା ଅର୍ଜୁନ କପୁର । ଦିନେ ନିର୍ଦ୍ଦେଶକ ବନିବାର ଇଚ୍ଛା ରଖିଥିବା ଅର୍ଜୁନ ସଲମାନଙ୍କ ଏକ ଉପଦେଶ ପାଇଁ ନିଜର ବାଟ ବଦଳାଇଥିଲେ ।

Arjun Kapoor
amarujala.com

ଅର୍ଜୁନଙ୍କ କହିବା ଅନୁଯାୟୀ, ମୁଁ ସବୁବେଳେ ଲୋକମାନଙ୍କ ସହ ଥଟ୍ଟା ମଜା କରିବାକୁ ଭଲ ପାଇଥାଏ । ଏ ମଧ୍ୟରେ ଥରେ ମୋତେ ସଲମାନ ଖାନ୍‌ ନିଜ ପାଖକୁ ଡ଼ାକି ତୁମକୁ ଅଭିନୟରେ ନିଜର କ୍ୟାରିୟର ଗଢ଼ିବା ଦରକାର ବୋଲି କହିଥିଲେ । ତାଙ୍କର ଏଭଳି ଉପଦେଶ ଶୁଣି ମୋର ଓଜନ ୧୫୦କିଲୋଗ୍ରାମ୍‌ । ମୁଁ କେମିତି ହିରୋ ବନି ପାରିବି । ମୁଁ ନିର୍ଦ୍ଦେଶକ ବନିବାକୁ ଚାହେଁ ବୋଲି ସଲମାନଙ୍କୁ ଜଣାଇଥିଲି । ଏହା ଶୁଣି ସେ କହିଥିଲେ, ତୁମେ ଅଭିନେତା ହେବା ପରେ ବି ନିର୍ଦ୍ଦେଶକ ବନି ପାରିବ । କିନ୍ତୁ ନିର୍ଦ୍ଦେଶକ ହେବାର କିଛି ବର୍ଷ ପରେ ତୁମେ ହଠାତ୍‌ ହିରୋ ବନି ପାରିବ ନାହିଁ ବୋଲି କହିଥିଲେ । ଯାହାକୁ ଶୁଣିବା ପରେ ମୁଁ ଅଭିନୟରେ କ୍ୟାରିୟର କରିବି ବୋଲି ଚିନ୍ତା କରିିଥିଲି ।

ସମ୍ବନ୍ଧିତ ଖବର