ସଲମାନଙ୍କ କଥା ନ ମାନି ଆଜି ପଶ୍ଚାତାପ କରୁଛନ୍ତି କ୍ୟାଟ୍ରିନା,ଏହି ଦୁଇଟି ଭୁଲ୍‌ କରିବାକୁ ବାରମ୍ବାର ମନା କରିଥିଲେ ସଲ୍ଲୁ

ମୁମ୍ବାଇ : କ୍ୟାଟ୍ରିନା ଏବେ ନିଜର ଆଗାମୀ ଫିଲ୍ମ ଭାରତକୁ ନେଇ ବ୍ୟସ୍ତ ଅଛନ୍ତି । ଏହା ପୂର୍ବରୁ କ୍ୟାଟ୍ରିନାଙ୍କ ଦୁଇଟି ଫିଲ୍ମ ରିଲିଜ୍‌ ହୋଇଥିବା ବେଳେ ଦୁଇଟି ଯାକ ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା । ଦୁଇଟି ଫିଲ୍ମରେ ଦୁଇ ଜଣ ଖାନ୍‌ ଶାହାରୁଖ୍‌ ଖାନ୍‌ ଏବଂ ଆମୀର ଖାନ୍‌ଙ୍କ ସହ କରିଥିଲେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇ ପାରି ନଥିଲା । ଏବେ କ୍ୟାଟ୍ରିନାଙ୍କ ପାଖରେ କେବଳ ଫିଲ୍ମ ଭାରତ ରହିଛି । ଲଗାତାର ଫିଲ୍ମ ଫ୍ଲପ୍‌ ହେବା ପରେ ତାଙ୍କୁ ଆଉ ଫିଲ୍ମ ମିଳୁ ନଥିବା ଜଣା ପଡ଼ିଛି ।

The Indian Express

ମିଳିଥିବା ସୂଚନା ମୁତାବକ, ଜିରୋ ଏବଂ ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ ଭଳି ଫିଲ୍ମ ସାଇନ୍‌ କରିବାକୁ ସଲମାନ କ୍ୟାଟ୍ରିନାଙ୍କୁ ପୂର୍ବରୁ ମନା କରିଥିଲେ । ଦୁଇଟି ଫିଲ୍ମରେ କ୍ୟାଟ୍ରିନାଙ୍କ ଚରିତ୍ରର ମହତ୍ତ୍ୱ କମ ଥିବା ଜାଣି ସଲମାନ ତାଙ୍କୁ ଫିଲ୍ମ କରିବା ପାଇଁ ମନା କରିଥିଲେ । କିନ୍ତୁ କ୍ୟାଟ୍ରିନା ସଲମାନଙ୍କ କଥା ନ ମାନି ଫିଲ୍ମ ସାଇନ୍‌ କରିଥିଲେ । ଏଥିପାଇଁ ଆଜି ସେ ପଶ୍ଚାତାପ କରୁଛନ୍ତି । ଫିଲ୍ମ ଜିରୋ ଏବଂ ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ ପୂର୍ବରୁ ସଲମାନଙ୍କୁ ଅଫର କରାଯାଇଥିଲା ବୋଲି ମଧ୍ୟ ଖବର ମିଳିଛି ।

ସମ୍ବନ୍ଧିତ ଖବର