ନୂଆଦିଲ୍ଲୀ: ଜୁନ ୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ। ତାଙ୍କର ଦ୍ରିଶା ଆଚାର୍ଯ୍ୟଙ୍କ ସହ ବିବାହ ହୋଇଥିଲା। ବିବାହ ପରେ ଦେଓଲ ପରିବାର ଏକ ବଡ଼ ଭୋଜିର ଆୟୋଜନ କରିଥିଲେ। ଏହି ଭୋଜିରେ ବଡ଼ ବଡ଼ ବଲିଉଡ ସେଲିବ୍ରିଟି ଯୋଗ ଦେଇଥିବା ବେଳେ ଦବଙ୍ଗ ଖାନ୍ ସଲମାନ ମଧ୍ୟ ଯୋଗ ଦେଇଥି‌ଲେ। ଏହି ସମୟରେ ସଲମାନଙ୍କ ୨ ଆଖି ଫୁଲି ଯାଇଥିବା ଦେଖାଯାଇଥିଲା।

Advertisment

ଭାଇରାଲ ଭିଡିଓରେ ସଲମାନଙ୍କର ଏଭଳି ଆଖି ଫୁଲିଥିବା ଦେଖି ତାଙ୍କ ପ୍ରଶଂସକ ଚିନ୍ତିତ ହୋଇପଡ଼ିଥିବା ଜଣାପଡ଼ିଛି। ଭାଇରାଲ ଭିଡିଓରେ ତାଙ୍କ ଆଖି ବ୍ୟତୀତ ପ୍ରଶଂସକଙ୍କ ଧ୍ୟାନ ତାଙ୍କ ଡାହାଣ ହାତରେ ଥିବା ମୁଦିକୁ ବି ଯାଇଥିଲା। ଗଣମାଧ୍ୟମର କ୍ୟାମେରା ପାଇଁ ପୋଜ୍ ଦେଉଥିବାବେଳେ ସଲମାନ ତାଙ୍କ ମୁଦି ଲୁଚାଇଥିବାର ନଜର ଆସିଥିଲେ।

ତେବେ ଭିଡିଓ ଭାଇରାଲ ହେବା ପରେ ସଲମାନଙ୍କ ଆଖିକୁ ଦେଖି ଜଣେ ବ୍ୟବହାରକାରୀ ପଚାରିଛନ୍ତି , “ଭାଇଜାନଙ୍କ ଆଖିକୁ କ’ଣ ହେଲା?” ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ସେ ବହୁତ କ୍ଳାନ୍ତ ଏବଂ ନିଦରେ ଥିବା ପରି ଦେଖାଯାଉଛନ୍ତି।” ଆଉ ଜଣେ ଲେଖିଛନ୍ତି, ତାଙ୍କର ନ୍ୟୁରୋ ସମସ୍ୟା ଥିବାରୁ ସେ ଆମେରିକାରେ ଏହାର ଚିକିତ୍ସା କରୁଛନ୍ତି।