ସଲମାନ ଖାନ୍‌-ଋଷି କପୁରଙ୍କ ସଂପର୍କରେ ତିକ୍ତତା, ଋଷି କପୁରଙ୍କୁ ନେଇ ଏଭଳି ମନ୍ତବ୍ୟ ରଖିଲେ ସଲମାନ

ମୁମ୍ବାଇ : ୩୦ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିବା ବଲିଉଡ଼୍‍ର ଟାଇଗର ସଲମାନ ଖାନ୍‌ଙ୍କର କେହି ଶତ୍ରୁ ନାହାନ୍ତି ବୋଲି ସେ କହି ଆସିଛନ୍ତି । କିନ୍ତୁ କାହା ସହ ଶତ୍ରୁତା ନଥିଲେ ମଧ୍ୟ ବଲିଉଡ଼୍‍ରେ କିଛି ଏମିତି କଳାକାର ଅଛନ୍ତି ଯେଉଁମାନଙ୍କୁ ସଲମାନ ପସନ୍ଦ କରନ୍ତି ନାହିଁ । ଏକ ଇଂରାଜୀ େଓ୍ଵବ୍‌ସାଇଟ୍‌କୁ ସାକ୍ଷାତକାର ଦେଇ ସେ କାହାକୁ ପସନ୍ଦ କରନ୍ତି ନାହିଁ ସେ ବିଷୟରେ ଖୁଲାସା କରିଥିଲେ । କିଛି ଦିନ ତଳୁ ଋଷି କପୁର ଏବଂ ସଲମାନ ଖାନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଚର୍ଚ୍ଚାରେ ଥିବା ବେଳେ ଏବେ ସଲମାନଙ୍କ କଥା ସେ ଚର୍ଚ୍ଚାକୁ ଆହୁରି ତେଜିଛି। “ମୋତେ ଏବଂ ମୋ ପରିବାର ଲୋକଙ୍କୁ ଯିଏ ଅସମ୍ମାନ କରେ ମୁଁ ତାଙ୍କୁ ପସନ୍ଦ କରେ ନାହିଁ । ଏହା ସହ ବଲିଉଡ଼ରେ ଏମିତି ଗୋଟେ ବା ଦୁଇଟି ପରିବାର ଏମିତି ଅଛନ୍ତି ଯେଉଁମାନେ ମୋ ପରିବାରକୁ ସମ୍ମାନ ଦିଅନ୍ତି ନାହିଁ । ସେଭଳି ଲୋକଙ୍କୁ ମୁଁ କେବେ ହେଲେ ଘରକୁ ପୂରାଇ ଦେବି ନାହିଁ” ବୋଲି ସଲମାନ କହିଥିଲେ ।

Pinterest

ସୂଚନା ମୁତାବକ, ଏପ୍ରିଲ ୮ରେ ସୋନମ କପୁରଙ୍କ ବିବାହ ଭୋଜିରେ ଋଷି କପୁରଙ୍କର ସୋହେଲ ଖାନ୍‌ଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା । ସୋନମଙ୍କ ବିବାହ ଭୋଜିରେ ଋଷି କପୁର ବାରମ୍ବାର ସଲମାନଙ୍କ ବ୍ୟବହାରକୁ ନେଇ ସୋହେଲଙ୍କ ସ୍ତ୍ରୀ ସୀମାଙ୍କୁ କହୁଥିଲେ । ଯାହାକୁ ନେଇ ଧୀରେ ଧୀରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଏ କଥା ସଲମାନ ଜାଣିବା ପରେ ଦୁଃଖପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ନିଜ ସ୍ୱାମୀଙ୍କ କାମ ବିଷୟରେ ଜାଣି ନୀତୁ କପୁର ସୋହେଲଙ୍କୁ କ୍ଷମା ମାଗିଥିଲେ । ସଲମାନ ସୋନମଙ୍କ ବିବାହ ଭୋଜିରେ ସମସ୍ତଙ୍କ ସହ ଭଲରେ ମିଶୁଥିବା ବେଳେ ଋଷି କପୁରଙ୍କ ସହ ଭଲରେ କଥା ହୋଇ ନଥିଲେ , ଯେଉଁଥି ପାଇଁ ଋଷି କପୁର ଏଭଳି କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର