ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ୫ ବର୍ଷ ଜେଲ୍ଦଣ୍ଡାଦେଶ ପାଇଥିବା ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ଙ୍କୁ ଜାମିନ ମଞ୍ଜୁର ହୋଇଯାଇଛି। ଦୁଇଦିନର ପ୍ରତୀକ୍ଷା ପରେ ଯୋଧପୁର ଜିଲ୍ଲା କୋର୍ଟରେ ବିଚାରପତି ରବିନ୍ଦ୍ର କୁମାର ଯୋଶୀ ସଲମାନଙ୍କ ଜାମିନ ଆବେଦନର ଶୁଣାଣି କରି ଜାମିନ ମଞ୍ଜୁର କରିଥିଲେ। କୋର୍ଟ ବାହାରେ ସଲମାନଙ୍କ ଅନେକ ପ୍ରଶଂସକ ସମବେତ ହୋଇ ଏହି ଖବରକୁ ଉତ୍କଣ୍ଠାର ସହ ଚାହିଁ ରହିଥିଲେ। ଜାମିନ ମିଳିବା ମାତ୍ରେ ସେମାନେ ମିଠାଇ ବାଣ୍ଟି ଓ ବାଣ ଫୁଟାଇ ଖୁସି ଜାହିର୍ କରିଥିଲେ। ଘରେ ପହଞ୍ଚିବା ପରେ ସଲମାନ ନିଜ ବାଲକୋନିକୁ ଯାଇ ତାଙ୍କ ପ୍ରଶଂସକଙ୍କୁ ଭେଟିଥିଲେ। ଏହି ସମୟରେ ସେ ତିନିଟି ଆଙ୍ଗୁଠି ଦେଖାଇ ନିଜର ପ୍ରଶଂସକଙ୍କୁ ମେସେଜ ଦେଇଥିଲେ।
/sambad/media/post_attachments/wp-content/uploads/2018/04/6_040918123034-300x258.jpg)
ତିନିଟି ଆଙ୍ଗୁଳି ଦେଖାଇ ପ୍ରଶଂସକକୁ ମେସେଜ ଦେବା ସଲମାନଙ୍କ ପାଇଁ ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ସେ ଯେତେଥର ବି ପ୍ରଶଂସକଙ୍କୁ ଭେଟନ୍ତି ଏଭଳି ଅନ୍ଦାଜରେ ମେସେଜ ନିଅନ୍ତି। ସଲମାନଙ୍କ ଏହି ସାଇନ୍ ସିନେମା ‘ଜୟ ହୋ’ ଜରିଆରେ ଚର୍ଚ୍ଚାକୁ ଆସିଥିଲା। ଏହି ସିନେମାରେ ସଲମାନ ଏକ ସନ୍ଦେଶ ଦେଇଥିଲେ ଯେଉଁଥିରେ ସେ କହିଥିଲେ କି କୌଣସି ମନୁଷ୍ୟର ସାହାଯ୍ୟ ନେବା ପରେ ତାଙ୍କୁ ଧନ୍ୟବାଦ ନକରି ସେହି ସ୍ଥାନରେ ତିନିଟି ଲୋକଙ୍କ ସାହାଯ୍ୟ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ଅସୁବିଧାର ସମାଧାନ ହୋଇଯିବ।
/sambad/media/post_attachments/wp-content/uploads/2018/04/4_040918123034-300x153.jpg)
ଅନ୍ୟପକ୍ଷରେ ମଇ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ଏବଂ ଏହିଦିନ ସଲମାନ୍ ପୁଣି କୋର୍ଟରେ ହାଜର ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/2-5.jpg)