ଏଣିକି ଦର୍ଶକଙ୍କୁ ସିନେମା ଟିକେଟ ମାଗଣାରେ ମିଳିବ !

ନୂଆଦିଲ୍ଲୀ: ସଲମାନ୍‌ ଖାନ୍‌ ଏକାଧାରାରେ ଜଣେ ଅଭିନୟ, ପ୍ରଯୋଜକ, ଚିତ୍ରଶିଳ୍ପ ମଧ୍ୟ। ସଲମାନ୍‌ଙ୍କୁ ନେଇ ଚର୍ଚ୍ଚା ସବୁବେଳେ ଜୋର ଧରିଥାଏ। ନିକଟରେ ଏକ ଖବର ପ୍ରକାଶ ପାଇଛି କି ସଲମାନ୍‌ ସିନେମାଘର ଲଞ୍ଚ କରିବେ। ସଲମାନ୍‌ ଆଗାମୀ ସିନେମା ‘ରେସ୍‌-୩’ ଓ ‘ଲବରାତ୍ରି’ ଜରିଆରେ ଡିଷ୍ଟ୍ରିବ୍ୟୁଟର ବନି ସାରିଛନ୍ତି। ଏବେ ସେ ଏକ ଥିଏଟର୍ସ ଚେନ୍‌ ଲଞ୍ଚ କରିବାକୁ ଯାଉଛନ୍ତି ଓ ଏହାର ଶୁଭାରମ୍ଭ ବି ହୋଇସାରିଛି।

ସୂଚନାଯୋଗ୍ୟ, ମୁମ୍ବାଇରେ ସଲମାନ୍‌ ଖାନ୍‌ ପ୍ରଥମେ ଥିଏଟର ନିର୍ମାଣ କରିବାର କାମ ଆରମ୍ଭ କରିଛନ୍ତି। ଏହି ଥିଏଟରର ସ୍ୱତନ୍ତ୍ରତା ହେଉଛି ସିନେମା ଟିକେଟ ଖୁବ୍‌ ଶସ୍ତାରେ ମିଳିବ ଓ ଟିକସ ଛାଡ଼ ରହିବ। ଏଥିସହିତ ଗରିବ ପିଲାମାନଙ୍କୁ ସଲମାନ୍‌ ମାଗଣାରେ ଟିକେଟ ପ୍ରଦାନ କରିବାର ସୁବିଧା ବି ରଖିଛନ୍ତି।

ସଲମାନ୍‌ଙ୍କ ଏହି ଥିଏଟର ଚେନ୍‌ ନିର୍ମାଣ କରିବାର ଗୋଟିଏ ହିଁ ଉଦ୍ଦେଶ୍ୟ ରହିଛି କି, ଦର୍ଶକ କମ୍‌ ଦାମ୍‌ରେ ସିନେମା ଦେଖି ପାରିବେ। ଏହାଦ୍ୱାରା ଲୋକମାନଙ୍କ ସିନେମା ଦେଖା ପ୍ରତି ଇଚ୍ଛା ଶକ୍ତି ଜାଗୃତ ହେବ। ଅଧିକରୁ ଅଧିକ ଲୋକ ସିନେମା ଦେଖିବେ।

ଏହି ପ୍ରସଙ୍ଗକୁ ନେଇ ସଲମାନ୍‌ କହନ୍ତି, ଏହି ପ୍ରୋଜେକ୍ଟ ବିଷୟରେ ମୁଁ ବହୁ ଆଗରୁ ଚିନ୍ତା କରିଛି। କିନ୍ତୁ କାମ ଆରମ୍ଭ କରିବାରେ ବିଳମ୍ବ ହୋଇଗଲା।

ସଲମାନ୍‌ ତାଙ୍କର ଆଗାମୀ ସିନେମା ‘ରେସ୍‌ ୩’ରେ ନଜର ଆସିବେ। ଏହି ସିନେମା ଇଦ୍‌ରେ ଅର୍ଥାତ୍‌ ୧୫ଜୁନ୍‌ରେ ରିଲିଜ ହେବ।

ସମ୍ବନ୍ଧିତ ଖବର