ନିଜର ଟିଭି ଚ୍ୟାନେଲ ଲଞ୍ଚ କରିବାକୁ ଯାଉଛନ୍ତି ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌

ମୁମ୍ବାଇ : କିଛି ଦିନ ହେବ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମେ ଫିଲ୍ମ ‘ନୋଟ୍‌ବୁକ୍‌’ ଏବଂ ‘ଭାରତ’ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଏବେ ସେ ନିଜର ଚ୍ୟାନେଲ ଖୋଲିବାକୁ ଯାଉଥିବା ଖବର ପାଇଁ ଚର୍ଚ୍ଚାରେ ରହିଛନ୍ତି । ସଲମାନଙ୍କ ପ୍ରାଯୋଜନା ସଂସ୍ଥା ଏସ୍‌କେଟିଭି ବ୍ୟାନରରେ ବିଭିନ୍ନ ଟିଭି ସୋ’ର ପ୍ରଯୋଜନା କରୁଥିବା ବେଳେ ଏବେ ସେ ଏକ ଚ୍ୟାନେଲ ଖୋଲିବାର ଯୋଜନା କରୁଥିବା ସୂଚନା ମିଳିଛି । କିନ୍ତୁ ସଲମାନ ଖାନ୍‌ଙ୍କ ତରଫରୁ ଏ ନେଇ କୌଣସି ଅଧିକାରିକ ଘୋଷଣା କରାଯାଇ ନାହିଁ ।

Misskyra

ପ୍ରଥମେ ସଲମାନ ଫିଲ୍ମର ପ୍ରଯୋଜନା କରୁଥିବା ବେଳେ ପରେ ଛୋଟ ପରଦାକୁ ଫେରି ବିଭିନ୍ନ ସୋ’ର ପ୍ରଯୋଜନା କରିଥିଲେ । ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସୋ’ର ପ୍ରଯୋଜନା ମଧ୍ୟ ସଲମାନଙ୍କ ପ୍ରଯୋଜନା ସଂସ୍ଥା କରୁଥିବା ବେଳେ ତାଙ୍କୁ ଟିଭି ଚ୍ୟାନେଲ ଖୋଲିବାର ଲାଇସେନ୍ସ ମିଳିବା ପରେ ସେ କପିଲଙ୍କ ସୋ’କୁ ନିଜ ଚ୍ୟାନେଲକୁ ସ୍ଥାନାନ୍ତ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର