‘ହମ୍‌ ଦିଲ୍‌ ଦେ ଚୁକେ ସନମ’ ପରେ ପୁଣି ୧୯ ବର୍ଷ ଅନ୍ତରରେ କାମ କରିବେ ସଲମାନ-ଭଂସାଲୀ

ମୁମ୍ବାଇ: ସଫଳ ଚଳଚ୍ଚିତ୍ର ‘ହମ୍‌ ଦିଲ୍‌ ଦେ ଚୁକେ ସନମ’ରେ ସାଥୀ ହୋଇ କାମ କରିବା ପରେ ଦୀର୍ଘ ୧୯ ବର୍ଷ ପରେ ପୁଣି ଏକତ୍ର ନଜର ଆସିବାକୁ ଯାଉଛନ୍ତି ବଲିଉଡ୍‌ ଦବଙ୍ଗବୟ ସଲମାନ ଖାନ ଓ ନିର୍ଦ୍ଦେଶକ ସଞ୍ଜୟଲୀଲା ଭଂସାଲୀ। ନିକଟରେ ଏ ନେଇ ଖବର ପ୍ରକାଶ ପାଇଥିଲା ଯେ କାହାଣୀ ଚୟନ ହେବା ସହ ଭଂସାଲି ଏନେଇ କାମ ଆରମ୍ଭ କରି ସାରିଲେଣି।

ଭଂସାଲୀଙ୍କ ଶେଷତମ ସଫଳ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ରିଲିଜ୍‌ ପୂର୍ବରୁ ସେ ଏନେଇ ସଲମାନଙ୍କ ସହ କଥା ହୋଇ ସାରିଛନ୍ତି। ଜାଣିବାକୁ ମିଳିଛି ଯେ ସଲମାନଙ୍କ ସହ କାମ କରିବାକୁ ଭଂସାଲି ଯେତିକି ଆଗ୍ରହୀ ଭଂସାଲୀଙ୍କ ସହ କାମ କରିବାକୁ ସଲମାନ ମଧ୍ୟ ସେତିକି ଆଗ୍ରହୀ।

ସଲମାନ ଓ ଭଂସାଲୀ ଶେଷ ଥର ପାଇଁ ୧୯୯୯ ମସିହାରେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ’ରେ ସାଥି ହୋଇ କାମ କରିଥିଲେ। ଚଳଚ୍ଚିତ୍ରରେ ସଲମାନଙ୍କ ବିପକ୍ଷରେ ନଜର ଆସିଥିଲେ ନୀଳନୟନା ଐଶ୍ୱର୍ଯ୍ୟା ରାୟ।

ସମ୍ବନ୍ଧିତ ଖବର