ଭଗବାନ ଗଣେଶଙ୍କ ପୂଜା ଚାଲିଥିବା ବେଳେ ସଲମାନ୍‌ ଖାନ୍‌ କରୁଥିଲେ ଧୁମପାନ, ହେଲେ ଟ୍ରୋଲ

ନୂଆଦିଲ୍ଲୀ: ବଲିଉଡ୍‌ର ଭାଇଜାନ୍‌ କୁହାଯାଉଥିବା ସୁପରଷ୍ଟାର ସଲମାନ୍‌ ଖାନ୍‌ ସର୍ବଦା ନିଜ ସିନେମା ଓ ସାମାଜିକକାର୍ଯ୍ୟ ପାଇଁ ଚର୍ଚ୍ଚାରେ ଥାଆନ୍ତି। କିନ୍ତୁ ଚଳିତ ଥର ସଲମାନ୍‌ ଏଭଳି ଏକ କାମ କରିଛନ୍ତି ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିକଟରେ ସଲମାନଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଭଗବାନ ଗଣେଶ ଭକ୍ତ କ୍ରୋଧାନ୍ଵିତ ହୋଇ ଯାଇଛନ୍ତି।

ଭିଡିଓରେ ଭଗବାନ ଗଣେଶଙ୍କ ଉତ୍ସବ ଚାଲିଥିବା ସମୟରେ ସଲମାନ୍‌ ଖାନ୍‌ ସିଗାରେଟ ଟାଣୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ସଲମାନ୍‌ଙ୍କ ଏହି ଭିଡିଓ ଦେଖିବା ପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡିଓ ଦେଖି ଲୋକମାନେ ସଲମାନ୍‌ ଖାନ୍‌ଙ୍କୁ ପ୍ରଶ୍ନ କରୁଛନ୍ତି କି ତାଙ୍କର ଆସ୍ଥା କ’ଣ ମିଛ ଥିଲା। ଭଗବାନ ଗଣେଶଙ୍କ ଭକ୍ତି କ’ଣ ସେ ଲୋକ ଦେଖାଣିଆ ପାଇଁ କରୁଥିଲେ।

ସଲମାନ୍‌ ତାଙ୍କ ଭଣଜାଙ୍କୁ ଧରି ଅଳତୀ କରୁଥିବା ସମୟରେ କ୍ୟାମେରାରେ କୈଦ ହୋଇଥିଲେ। ସେହି ସମୟରେ ଆଳତୀ ଭୁଲ ଦିଗରେ ବୁଲାଇ ଦେଇଥିଲେ। କିନ୍ତୁ ଲୋକମାନେ ଏଥିରେ ତାଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଏହି ଭିଡିଓରେ ସଲମାନ୍‌ଙ୍କ ଏଭଳି କାମ ଦେଖି ତାଙ୍କ ପ୍ରଶଂସକଙ୍କୁ ଆଦୌ ପସନ୍ଦ ଆସିନାହିଁ।

ସମ୍ବନ୍ଧିତ ଖବର