ବିଗ୍ ବସ୍-୧୩କୁ ଅଧାରୁ ଛାଡ଼ିବେ ସଲମାନ!
ମୁମ୍ବାଇ : ଖୁବ୍ ଶୀଘ୍ର ଦବଙ୍ଗ ଷ୍ଟାର ସଲମାନ ଖାନ୍ ‘ବିଗ୍ ବସ୍-୧୩’ ଛାଡ଼ିବେ ବୋଲି ଜଣାପଡ଼ିଛି । ସୋ’ର ଏକ ପ୍ରମୋ ଏବେ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ସଲମାନ ରାଗରେ ସୋ’ ଛାଡ଼ି ଚାଲି ଯାଉଥିବା ସହ ନିର୍ମାତାଙ୍କୁ ସୋ’ର ଉପସ୍ଥାପନା ପାଇଁ ଆଉ କାହାକୁ ଖୋଜିଦିଅ ବୋଲି କହୁଥିବା ଦେଖାଯାଉଛି । ଏହି ପ୍ରମୋ ଭିଡିଓ ଭାଇରାଲ ହେବା ପରେ ସଲମାନଙ୍କ ସୋ’ ଛାଡ଼ିବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଖବରକୁ ସୋ’ ପକ୍ଷରୁ ଖାରଜ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବିଶେଷ ସୂତ୍ରରୁ ସ୍ପଷ୍ଟ ହୋଇଛି କି, ସଲମାନ ପ୍ରତିଯୋଗୀଙ୍କ ବ୍ୟବହାର ଦେଖି ନିରାଶ ହେବା ସହ ସୋ’ ଛାଡ଼ିବା ବିଷୟରେ ଚିନ୍ତା କରୁଥିଲେ । କିନ୍ତୁ ପୂର୍ବରୁ ତାଙ୍କୁ ଉପସ୍ଥାପନା ପାଇଁ ମୋଟା ଅଙ୍କର ଟଙ୍କା ଦିଆଯାଇ ସାରିଥିବାରୁ ସେ ସୋ’ ଛାଡ଼ିବେ ନାହିଁ । ଜଣେ ସୁପରଷ୍ଟାର ହୋଇ ମଧ୍ୟ କିଛି ପ୍ରତିଯୋଗୀ ତାଙ୍କ ସହ ଯେଉଁଭଳି ଭାବରେ ବ୍ୟବହାର କରୁଛନ୍ତି, ସେ ନେଇ ସଲମାନ ନିରାଶ ଥିବା ଜଣାପଡ଼ିଛି । ପୂର୍ବ ବର୍ଷ ବାବା ଓମ୍ଙ୍କ ବ୍ୟବହାର ପାଇଁ ସଲମାନ ସୋ’ରୁ ବହାରି ଯାଇଥିଲେ ମଧ୍ୟ ପରେ ତାଙ୍କୁ ଫେରିବାକୁ ପଡ଼ିଥିଲା ।