‘େଓ୍ଵଲକମ୍‌ ଟୁ ନ୍ୟୁୟର୍କ’ ଫିଲ୍ମରୁ ଅରିଜିତ୍‌ଙ୍କ ଗୀତ ହଟାଇବାକୁ ଫିଲ୍ମ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଲେ ସଲମାନ

ମୁମ୍ବାଇ : ବଲିଉଡ୍‌ରେ ନିଜର ଅଖଣ୍ଡ ପ୍ରଭାବକୁ ପ୍ରମାଣ କରି ଦେଖାଇ ସାରିଛନ୍ତି ବଲିଉଡର ଟାଇଗର ସଲମାନ ଖାନ୍‌ । ନବାଗତାମାନଙ୍କୁ ଇଣ୍ଡଷ୍ଟ୍ରିରେ ସୁଯୋଗ ଦେବା ହେଉ ବା ଲୋକମାନଙ୍କୁ ସାହାଯ୍ୟ କରିବା ହେଉ, ସବୁ ଦିଗରେ ସେ ସଫଳ ବୋଲି ଦେଖାଇଛନ୍ତି । ଏହା ସହ ତାଙ୍କର ଆଉ ଏକ ଗୁଣ ମଧ୍ୟ ରହିଛି, ଯାହା ବିଷୟରେ ଆପଣମାନେ ଜାଣିଥିବେ ନିଶ୍ଚୟ । ତାହା ହେଉଛି ସଲମାନ ଯାହା ଉପରେ ରାଗନ୍ତି ସହଜରେ ତାଙ୍କୁ କ୍ଷମା କରି ପାରନ୍ତି ନାହିଁ । ଯେମିତିକି ଗାୟକ ଅରିଜିତ୍‌ଙ୍କ କଥା ଧରି ନିଅନ୍ତୁ । ୨୦୧୪ରେ ତାଙ୍କ ସହ ହୋଇଥିବା ଝଗଡ଼ାକୁ ସଲମାନ ଏ ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି ।

India Today

ଅରିଜିତ୍‌ ଭୁଲ ମାଗି ସାରିଥିଲେ ମଧ୍ୟ ସଲମାନ ଆଜି ପର୍ଯ୍ୟନ୍ତ ସେ କଥାକୁ ଧରି ବସିଛନ୍ତି । ସେଥି ପାଇଁ ସେ ତାଙ୍କର ଭଲ ବନ୍ଧୁ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ ‘େଓ୍ଵଲକମ୍‌ ଟୁ ନ୍ୟୁୟର୍କ’ରୁ ଅରିଜିତ୍‌ଙ୍କ ଗୀତ ହଟାଇବା ପାଇଁ ଫିଲ୍ମ ନିର୍ମାତାଙ୍କୁ କହିଛନ୍ତି । ୨୦୧୪ର ସେ ଘଟଣା ପରେ ସଲମାନ କରିଥିବା ବିଭିନ୍ନ ଫିଲ୍ମରେ ଅରିଜିତ୍‌ଙ୍କୁ ଗୀତ ଗାଇବାକୁ ମନା କରି ଦେଇଥିଲେ । ଏବେ ସେ ସୋନାକ୍ଷୀଙ୍କ ‘େଓ୍ଵଲକମ୍‌ ଟୁ ନ୍ୟୁୟର୍କ’ରୁ ଅରିଜିତ୍‌ଙ୍କ ଗୀତ ବାଦ୍‌ ଦେବା ପାଇଁ କହିଛନ୍ତି । କାରଣ ସେ ଏହି ଫିଲ୍ମରେ ସୋନାକ୍ଷୀଙ୍କ ସହ ଏକ ଗୀତରେ ନଜର ଆସୁଛନ୍ତି । ପୂର୍ବରୁ ସଲମାନଙ୍କ ଅଭୀନିତ ଫିଲ୍ମ ‘ସୁଲତାନ’ରୁ ଅରିଜିତ୍‌ଙ୍କ ଗୀତ ହଟାଇ ଦିଆ ଯାଇଥିଲା । ଏପରି ନ କରିବା ପାଇଁ ସୋସିଆଲ ସାଇଟ୍‌ରେ ଅରିଜିତ୍‌ ଅନୁରୋଧ କରିଥିଲେ ମଧ୍ୟ ସଲମାନ ଶୁଣି ନ ଥିଲେ ।

NewsX

୨୦୧୪ରେ ହୋଇଥିବା ଏକ ଆଓ୍ଵାର୍ଡ଼ ସୋରେ ସଲମାନଙ୍କଠାରୁ ଆଓ୍ଵାର୍ଡ଼ ନେବାକୁ ଷ୍ଟେଜ୍‌ ଉପରକୁ ଆସି “ଆପଣମାନେ ତ ଶୁଆଇ ଦେଲେ” ବୋଲି ଅରିଜିତ୍‌ କହିଥିଲେ । ଏହା ଶୁଣିବା ପରେ “ଏଥିରେ ଆମର କିଛି ଦୋଷ ନାହିଁ ଏପରି ଗୀତ ବାଜିଲେ ଯେ କେହି ବି ଶୋଇ ପଡ଼ିବ” ବୋଲି ସଲମାନ ପ୍ରତ୍ୟୁତ୍ତର ରଖିଥିଲେ । ତେବେ ସଲମାନ ଏବଂ ଅରିଜିତ୍‌ଙ୍କ ମଧ୍ୟରେ ଏହି ଝଗଡ଼ାର ସମଧାନ କେବେ ହେବ ତାହା ସମୟ କହିବ ।

ସମ୍ବନ୍ଧିତ ଖବର