ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ ଖାନ୍ କେବେ ବିବାହ କରିବେ ସେ ପ୍ରଶ୍ନ ସମସ୍ତେ ପଚାରି ପଚାରି ଥକି ସାରିଛନ୍ତି । ଅନେକ ସମୟରେ ସଲମାନଙ୍କୁ ଏ ବିଷୟରେ ପଚରା ଯାଇଥିଲେ ମଧ୍ୟ ସେ ପ୍ରଶ୍ନକୁ ହସରେ ଉଡ଼ାଇ ଦେଇଥାନ୍ତି । ଏ ପର୍ଯ୍ୟନ୍ତ ସେ ବିବାହ କରି ନଥିବା ବେଳେ ପ୍ରଯୋଜକ ସାଜିଦ୍ ନାଦିଆବାଲା ତାଙ୍କ ବିବାହକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଦ କପିଲ ଶର୍ମା ସୋ’କୁ ଫିଲ୍ମ ହାଉସ୍ଫୁଲ-୪ର ପ୍ରଚାର କରିବାକୁ ଯାଇଥିବା ସମୟରେ କପିଲ ତାଙ୍କୁ ସଲମାନ ଓ ତାଙ୍କ ବିବାହ ବିଷୟରେ ପଚାରିଥିଲେ ।
amarujala.comଯାହାର ଉତ୍ତର ରଖି ସାଜିଦ୍ କହିଥିଲେ, ୧୯୯୯ମସିହାରେ ହଠାତ୍ ସଲମାନ ବିବାହ କରିନେବା କଥା କହିଥିଲେ । ତାଙ୍କ ପାଖରେ ତ ଝିଅ ଥିଲା, କିନ୍ତୁ ମୋତେ ଖୋଜିବାକୁ ପଡ଼ିଥିଲା । ବିବାହ ତାରିଖ ଧାର୍ଯ୍ୟ ହେବା ସହ ନିମନ୍ତ୍ରଣ ପତ୍ର ବି ବଣ୍ଟା ସରିଥିଲା । କିନ୍ତୁ ବିବାହର ୬ଦିନ ପୂର୍ବରୁ ବିବାହ କରିବାକୁ ଇଚ୍ଛା ହେଉ ନାହିଁ ବୋଲି କହି ବିବାହ ଭାଙ୍ଗି ଦେଇଥିଲେ ସଲମାନ । କିନ୍ତୁ ମୋତେ ବିବାହ କରିବାକୁ ପଡ଼ିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/as-7.jpg)