ରାଜଶ୍ରୀ ପ୍ରଡକସନ୍ସର ଆଗାମୀ ସିନେମାରେ ନାହାନ୍ତି ଏହି ସୁପରଷ୍ଟାର୍‌

ମୁମ୍ବାଇ: ବଲିଉଡର ଖ୍ୟାତନାମା ପ୍ରଯୋଜନା ସଂସ୍ଥା ରାଜଶ୍ରୀ ପ୍ରଡକସନ୍ସ ଖୁବ୍‌ ଶୀଘ୍ର ଏକ ବିଗ୍‌ ବଜେଟ୍‌ ସିନେମା ନିର୍ମାଣ କରୁଥିବାର ସୂଚନା ମିଳିଛି । ଅତୀତରେ ଏକ ବିଗ୍‌ବଜେଟ୍‌ ସିନେମା ନିର୍ମାଣ କରୁଥିବାର ସୂଚନା ମିଳିଛି । ଅତୀତରେ ଏହି ସଂସ୍ଥା ନଦୀୟାକେ ପାର୍‌ , ନୟା, ପହେଲି, ମୈନେ ପ୍ୟାର କିୟା ଓ ଏକ୍‌ ବିବାହ ଐସା ଭି ଭଳି ଛୋଟ ବଜେଟ୍‌ର ସିନେମା ପ୍ରଯୋଜନା କରିବା ସଙ୍ଗେ ସଙ୍ଗେ ହମ୍‌ ଆପ୍‌କେ ହୈ କୌନ୍‌ , ହମ୍‌ ସାଥ୍‌ ସାଥ୍‌ ହେ, ବିବାହ , ପ୍ରେମ୍‌ ରତନ ଧନ୍‌ ପାୟୋ ଓ ମେଁ ପ୍ରେମ କି ଦିଓ୍ଵାନୀ ହୁଁ ଭଳି ବିଗ୍‌ବଜେଟ୍‌ ଓ ବିଗ୍‌ ଷ୍ଟାର୍‌ କାଷ୍ଟ ଥିବା ଫିଲ୍ମ ଦର୍ଶକଙ୍କୁ ଉପହାର ଦେଇଛି ।

ଏବେ ଯେଉଁ ନୂଆ ସିନେମା ନିର୍ମାଣାଧୀନ ରହିଛି, ସେଥିରେ , କିନ୍ତୁ ସୁପରଷ୍ଟାର ସଲମାନ୍‌ ଖାନ୍‌ ହିରୋ ହେବେ ନାହିଁ ବୋଲି ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ରାଜଶ୍ରୀ ପ୍ରଡକ୍ସନର ଫିଲ୍ମ ‘ମୈନେ ପ୍ୟାର କିୟା’ରେ ହିରୋ ହେବା ପରେ ହିଁ ସଲ୍ଲ ମିଆଁ ଷ୍ଟାର୍‌ ବନିଥିଲେ । ଏହାପରେ ସେ ଏହି ବ୍ୟାନରର ହମ୍‌ ଆପ୍‌କେ ହେ କୌନ୍‌, ହମ୍‌ ସାଥ୍‌ ସାଥ୍‌ ହେ ଓ ପ୍ରେମ ରତନ ଧନ୍‌ ପାୟୋ ରେ ଅଭିନୟ କରିଥିଲେ । ରାଜଶ୍ରୀ ସହିତ ସଲମାନ ଖାନଙ୍କର ସଂପର୍କ ଖୁବ୍‌ ଭଲ ।

photo-youtube

ହେଲେ ଏବେ ନିଜର ବ୍ୟସ୍ତତା ହେତୁ ସଲମାନ୍‌ ଖାନ୍‌ ରାଜଶ୍ରୀ ପ୍ରଡକସନ୍ସର ଆଗାମୀ ଫିଲ୍ମରେ କାମ କରି ପାରିବେ ନାହିଁ ବୋଲି ଜଣାଯାଇଛି । ୨୦୧୯ ଶେଷ ଯାଏଁ ସଲମାନଙ୍କ ହାତରେ ଡେଟ୍‌ସ ନାହିଁ । ସେ ଏବେ ‘ ରେସ୍‌ -୩’, ତା’ପରେ ‘ ଭାରତ୍‌’ ଓ ‘ ଦବଙ୍ଗ୍‌ ୩’ ଭଳି ସିନେମା ପାଇଁ ସମୟ ଦେବେ ।

ଏଣୁ ନିର୍ଦ୍ଦେଶକ ସୂରଜ ବଡଜାତ୍ୟା ଅନ୍ୟଜଣେ ଟପ୍‌ ହିରୋଙ୍କୁ ନେଇ ଏହି ଫିଲ୍ମ ତିଆରି କରିବାର ଯୋଜନା କରୁଛନ୍ତି । ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ସେ ନିଜେ ଏହାର ନିର୍ଦ୍ଦେଶନା ଦେବେ ନାହିଁ । ତାଙ୍କର ଜଣେ ସହକାରୀ ଏହି ସିନେମା ନିର୍ଦ୍ଦେଶନା ଦେବେ । ଏହାର କଥାବସ୍ତୁ ଚାରିଟି ଚରିତ୍ର ଓ ସେମାନଙ୍କ ସଂପର୍କରେ ଥିବା ନିବିଡ଼ତା ଉପରେ ଆଧାରିତ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର