ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ଛୋଟପରଦାରେ ଗାମା ପହେଲବାନ୍ଙ୍କ କାହାଣୀ ନେଇ ଆସିବେ ବୋଲି ଗତବର୍ଷ ଏହି ଖବର ଚର୍ଚ୍ଚାରେ ହୋଇଥିଲା। ଗାମା ପହେଲବାନ୍ ଭୂମିକାରେ ସଲମାନ୍ ଖାନ୍ଙ୍କ ଭାଇ ସୋଡେଲ ଖାନ୍ ନଜର ଆସିବେ। ଗାମା ପେହେଲବାନ୍ଙ୍କୁ ୫୦ବର୍ଷର କ୍ୟାରିୟର ମଧ୍ୟରେ ରିଙ୍ଗରେ କେହି ତାଙ୍କୁ ହରାଇ ପାରି ନଥିଲେ।
/sambad/media/post_attachments/wp-content/uploads/2018/02/salman-khan-produce-tv-series-wrestler-gama-pehalwans-biopic-0002-300x186.jpg)
ଏତଦ୍ ବ୍ୟତୀତ ସଲମାନ୍ ସମ୍ପ୍ରତି ଏକ ଟିଭି ସୋ’ର ପ୍ରଯୋଜନା କରିବେ ବୋଲି ଯୋଜନା କରୁଥିବାର ଶୁଣିବାକୁ ମିଳୁଛି। ସଲମାନ୍ ମୁମ୍ବାଇର ପୁଲିସକର୍ମୀଙ୍କ କାହାଣୀକୁ ଟିଭିରେ ଦେଖାବାକୁ ଚହାନ୍ତି। ସଲମାନ୍ ନିଜେ ୨୦୦୪ରେ ଆସିଥିବା ସିନେମା ‘ଗର୍ବ:ପ୍ରାଇଡ ଆଣ୍ଡ ଅନର୍’ରେ ଏକ ପୁଲିସ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ସେ ‘ଦବଙ୍ଗ’ରେ ରାବିନ୍ହୁଡ୍ ଜୈସେରେ ପୁଲିସ୍ ଭୂମିକାରେ ନଜର ଆସିଥିଲେ।
ସୂଚନାଯୋଗ୍ୟ, ସଲମାନ୍ ଖାନ୍ ସମ୍ପ୍ରତି ଟିଭି ସୋ’ ‘ଦସ୍ କା ଦମ୍’ରେ ବ୍ୟସ୍ତ ଅଛନ୍ତିି। ଏହି ସୋ’ର ପ୍ରସାରଣ ଜୁନ୍ ମାସରେ ହେବାର ଯୋଜନା ରଖାଯାଇଛି। ସେହିପରି ପୁଲିସକର୍ମୀଙ୍କ ଏହି ସୋ’କୁ ଖୁବ୍ ଶୀଘ୍ର କାଷ୍ଟି କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/images-24-1.jpg)