ସଲମାନଙ୍କ ୱାର୍କଆଉଟ୍‌ ଫଟୋ ଭାଇରାଲ୍‌

ସଲମାନ ଖାନ ୱାର୍କଆଉଟ୍‌ କରୁଥିବା ବେ‌ଳର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିରେ ଅଭିନେତା ବିନା ସାର୍ଟରେ ନିଜର ମାଂସାଳ ବାଇସେପ୍‌ ଓ ସିକ୍ସପ୍ୟାକ୍‌ ସହ ନଜର ଆସିଛନ୍ତି। ପାନଭେଲ୍‌ ଫାର୍ମହାଉସ୍‌ ମଧ୍ୟରେ ଥିବା ଜିମ୍‌ରୁ ଏହି ଫଟୋଟି ଉଠାଯାଇଥିବା ବ‌େଳେ ସଲମାନ୍‌ ଲେଖିଛନ୍ତି, ମୁଁ ମୋ ୱାର୍କଆଉଟ୍‌ ଶେଷ କଲି। ଏହି ପୋଷ୍ଟକୁ ଏ ପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ବ୍ୟକ୍ତି ପସନ୍ଦ କରିଥିବା ବ‌େଳେ କିଛି ପ୍ରଶଂସକ ପ୍ରଶ୍ନ କରିଛନ୍ତି। ଜଣେ ତାଙ୍କୁ କହିଛନ୍ତି, ପ୍ରଥମେ ଫିଟ୍‌ନେସ। ତେବେ ଆଉ ଜଣେ ପ୍ରଶଂସକ ପଚାରିଛନ୍ତି, ପେଟର ଚର୍ବି କେମିତି କମିବ କିଛି ଟିପ୍‌ସ ଦେବେ କି?

ସମ୍ବନ୍ଧିତ ଖବର