କୃଷ୍ଣସାର ମୃଗ ହତ୍ୟା ମାମଲା: ସଲମାନଙ୍କ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୭କୁ ଘୁଞ୍ଚିଲା

ମୁମ୍ବାଇ: ସୋମବାର ବଲିଉଡ୍‌ ଅଭିନେତା ସଲମାନ ଖାନ କୃଷ୍ଣସାର ମୃଗ ହତ୍ୟା ମାମଲାର ଶୁଣାଣି ପାଇଁ ଯୋଧପୁର ଜିଲ୍ଲା ଏବଂ ସେସନ୍‌ କୋର୍ଟରେ ଉପସ୍ଥିତ ହୋଇଥିଲେ। ଏହି ମାମଲାର ଶୁଣାଣି ଜୁଲାଇ ୧୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସଲମାନ ତାଙ୍କ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବେ ନାହିଁ ବୋଲି ସଲମାନଙ୍କ ଓକିଲ୍‌ କୋର୍ଟରେ ନିବେଦନ କରିଛନ୍ତି।

ବ୍ୟକ୍ତିଗତ କାରଣରୁ ସଲମାନ ଉପସ୍ଥିତ ରହିପାରିବେ ନାହିଁ। ଶୁଣାଣି ସମୟରେ ତାଙ୍କର ଉପସ୍ଥିତିର ସେତେଟା ଗୁରୁତ୍ୱ ନାହିଁ ବୋଲି ଦର୍ଶାଇ ସଲମାନଙ୍କ ଓକିଲ ସିଜିଏମ୍‌ କୋର୍ଟରେ ଏକ ଜାଚିକା ଦାୟର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏପ୍ରିଲ୍‌ ମାସରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଯୋଧପୁର କୋର୍ଟ ଅଭିନେତା ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଦଣ୍ଡ ଶୁଣାଣି ୁହେବା ପରେ ସଲମାନ ୨ ରାତି ଯୋଧପୁର ଜେଲ୍‌ରେ ବିତାଇଥିଲେ। ପରେ ତାଙ୍କ ଜାମିନ୍‌କୁ ମଞ୍ଜୁରୀ ମିଳିଥିଲା। ୧୯ ବର୍ଷ ତଳର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଲମାନଙ୍କୁ ଦୋଷ ମୁକ୍ତ କରିବା ପାଇଁ ତାଙ୍କ ପକ୍ଷର ଓକିଲ ଦାବି କରି କେସ୍‌ ଲଢୁଛନ୍ତି। ଏଠାରେ ଜଣାଇଦେଉଛୁ ଯେ ଏହି ମାମଲାରେ ସଲମାନଙ୍କ ବ୍ୟତୀତ, ତବୁ, ସୈଫ୍‌ଅଲ୍ଳୀ ଖାନ, ସୋନାଲୀ ବେନ୍ଦ୍ରେ ପ୍ରମୁଖ ବି ସାମିଲ୍‌ ଅଛନ୍ତି।

ସମ୍ବନ୍ଧିତ ଖବର