ମୁମ୍ବାଇ: ମୋତେ ରକ୍ତାକ୍ତ କରି କ୍ଷମା ମାଗିନଥିଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍। ଅଭିନେତାଙ୍କ ଉପରେ ଏଭଳି ଆରୋପ ଲଗାଇଛନ୍ତି ତାଙ୍କ ସହ କଳାକାର ଆଦି ଈରାନୀ। ଫିଲ୍ମ 'ଚୋରି ଚୋରି ଚୁପକେ ଚୁପକେ'ରେ ଦୁହେଁ ସାଥୀରେ କାମ କରିଥିବା ବେଳେ ଏବେ ଅଭିନେତା ସେ ସମୟର ଘଟଣା ବିଷୟରେ କହିଛନ୍ତି। ଫିଲ୍ମରେ ଥିବା ଏକ ଆକ୍ସନ ଦୃଶ୍ୟର ସୁଟିଂ ବେଳେ ସେ କିଭଳି ଆହତ ହୋଇଥିଲେ ତାହା ଜଣାଇଛନ୍ତି ଆଦି।
ତାଙ୍କ କହିବା ମୁତାବକ, "ଫିଲ୍ମ 'ଚୋରି ଚୋରି ଚୁପକେ ଚୁପକେ'ରେ ଥିବା ଏକ ଦୃଶ୍ୟର ସୁଟିଂ ପାଇଁ ସଲମାନ ମୋତେ ଏକ କାଚ୍ ଫ୍ରେମ ଉପରକୁ ଫିଙ୍ଗିଥିଲେ। ଏହା ଦ୍ବାରା ଏକ କାଚ ଖଣ୍ଡ ମୋ ମୁହଁରେ ପଶିଯାଇଥିଲା। ରକ୍ତ ବୋହୁଥିବା ଦେଖି ମଧ୍ୟ ସଲମାନ ନିଜ ରୁମ୍କୁ ଚାଲି ଯାଇଥିଲେ। କ୍ଷତ ଏତେ ଅଧିକ ଥିଲା ଯେ, ମୁଁ ଚାହିଁଥିଲେ ଗୋଟାଏ ଦିନ ସୁଟିଂ ବନ୍ଦ ରହିଥାନ୍ତା। ହେଲେ ପ୍ରଯୋଜକଙ୍କ କ୍ଷତିକୁ ଆଖି ଆଗରେ ରଖି ମୁଁ ସୁଟିଂ କରିବା ଜାରି ରଖିଥିଲି। ଘଟଣା ଦିନ ସଲମାନ କ୍ଷମା ମାଗିନଥିଲେ ବି ପରଦିନ ସଲମାନ ମୋତେ ଡାକି କ୍ଷମା ମାଗିଥିଲେ।"
ଆଦି ଉଭୟ ଟିଭି ଓ ଫିଲ୍ମରେ କାମ କରିଛନ୍ତି। ତାଙ୍କୁ ଫିଲ୍ମ ବାଜିଗର, ୱେଲକମ୍, ଏ ଥର୍ସଡେ ଭଳି ଅନେକ ଲୋକପ୍ରିୟ ଫିଲ୍ମରେ ଦର୍ଶକ ଦେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/17/zJJ5LWYZfMs2ZErZxOnd.jpg)