ମୁମ୍ବାଇ : ଡ଼ିସେମ୍ବର ୨୭ରେ ନିଜ ଜନ୍ମଦିନ ପାଳନ କରିଥିଲେ ବଲିଉଡ୍ର ଦବଙ୍ଗ ଷ୍ଟାର ସଲମାନ ଖାନ୍ । ଜନ୍ମଦିନର ଅବସରରେ ପନ୍ଭେଲରେ ଥିବା ତାଙ୍କ ଫାର୍ମ ହାଉସ୍ରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଥିବା ବେଳେ ଅନେକ ବଲିଉଡ୍ ଷ୍ଟାର ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ସଲମାନ ଏବେ ୫୩ବର୍ଷ ବୟସରେ ପାଦ ଦେଇଥିବା ବେଳେ ଆଜି ଆମେ ଆପଣଙ୍କୁ ତାଙ୍କର ପ୍ରଥମ ଆୟ କେମିତି କରିଥିଲେ ଏବଂ କେତେ ଟଙ୍କା ଆୟ କରିଥିଲେ, ସେ ବିଷୟରେ ଜଣାଇବୁ । ଏକ ସାକ୍ଷାତକାରରେ ସଲମାନ ନିଜ ପ୍ରଥମ ଆୟ ବିଷୟରେ ଜଣାଇଥିଲେ ।
Times Nowତାଙ୍କ କହିବା ଅନୁଯାୟୀ,"ବ୍ୟାକ୍ଗ୍ରାଉଣ୍ଡ ଡ଼୍ୟାନ୍ସର ହୋଇ ମୁଁ ମୋ ପ୍ରଥମ ଆୟ କରିଥିଲି । ତାଜ୍ ହୋଟେଲରେ ଏକ ସୋ’ ଥିବା ବେଳେ ମୁଁ ସେଠାରେ ବ୍ୟାକ୍ଗ୍ରାଉଣ୍ଡ ଡ଼୍ୟାନ୍ସର ହିସାବରେ ନାଚିଥିଲି । ଏଥି ପାଇଁ ମୋତେ ୭୫ଟଙ୍କା ମିଳିଥିଲା । ତାହା ମୋର ପ୍ରଥମ ଆୟ ଥିଲା । ମୋର ଜଣେ ସାଙ୍ଗ ସେଠାକୁ ନାଚିବାକୁ ଯାଉଥିବାରୁ ସେ ମୋତେ ତା’ ସହିତ ନେଇ ଯାଇଥିଲା । ପରେ ଏକ ବିଜ୍ଞାପନ ପାଇଁ ମୋତେ ୭୫୦ଟଙ୍କା ମିଳିଥିଲା । ପରେ ମତେ ‘ମୈନେ ପ୍ୟାର କିଆ’ରେ ଅଭିନୟ ପାଇଁ ୩୧ହଜାର ଟଙ୍କା ମିଳିଥିଲା।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/salmankhanbb-660_092618061530_122618033124-1.jpg)