ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ଶେଷରେ ସେ କାହାକୁ ବିବାହ କରିବେ ସେ ନେଇ ସ୍ପଷ୍ଟୀକରଣ ମିଳିିଛି । ସ୍ପଷ୍ଟୀକରଣ ଦେଇଛନ୍ତି ବଲିଉଡ୍‌ର ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର । ଅଭିନେତ୍ରୀ ନେହା ଧୁପିଆଙ୍କ ରେଡ଼ିଓ ସୋ’ ନୋ ଫିଲ୍‌ଟର ନେହାରେ ଯୋଗ ଦେଇ କରଣ ଜୋହର ସଲମାନଙ୍କ ବିବାହକୁ ନେଇ ବଡ଼ ଖୁଲାସା କରିଥିଲେ।

Advertisment

publive-image filmsofindia.com

ସୂଚନା ମୁତାବକ,ସୋ’ରେ ସଲମାନଙ୍କ ବିବାହକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ,ସଲମାନ କୌଣସି ମହିଳାଙ୍କୁ ନୁହେଁ ବରଂ ୨୦୧୯ରେ ରିଲିଜ୍‌ ହେବାକୁ ଥିବା ୩ଟି ବ୍ଲକ୍‌ବଷ୍ଟର ଫିଲ୍ମକୁ ବିବାହ କରିବେ ବୋଲି କରଣ ନେହାଙ୍କୁ କହିଥିଲେ । ଏହି ଖବର ପ୍ରସାର ହେବା ପରେ କରଣଙ୍କ ଉତ୍ତରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅନ୍ୟ ପକ୍ଷରେ, ୨୦୧୯ରେ ସଲମାନଙ୍କ ବଡ଼ ବଜେଟ ଫିଲ୍ମ ‘ଭାରତ’ ରିଲିଜ ହେବାକୁ  ଯାଉଥିବା ବେଳେ ଆଉ ଦୁଇଟି ଫିଲ୍ମର ନାମ ଜଣା ପଡ଼ିନାହିଁ ।