ଆର ପାରିକୁ ଚାଲିଗଲା ଦବଙ୍ଗ ଖାନ୍‌ଙ୍କ ମାଇ ଲଭ୍‌,ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଜଣାଇଲେ ଦୁଃଖ

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଜୀବନରେ ଏବେ ଦୁଃଖର ବାଦଲ ଛାଇ ଯାଇଛି । ଗୁରୁବାର ତାଙ୍କର ଏବଂ ତାଙ୍କ ପରିବାର ସହ ଜଡ଼ିତ ଜଣେ ଖାସ୍‌ ସଦସ୍ୟର ପରଲୋକ ହେବା ପରେ ଏବେ ଭାଙ୍ଗି ପଡ଼ିଛନ୍ତି ଦବଙ୍ଗ ଖାନ୍‌ । ସଦସ୍ୟ ଜଣଙ୍କ ତାଙ୍କ ଘରେ ରହୁଥିବା ପାଳିତ କୁକୁର ଯାହାର ନାଁ ମାଇ ଲଭ୍‌ ବୋଲି ଜଣା ପଡ଼ିଛି । ନିଜର ଦୁଃଖ ଜଣାଇବା ପାଇଁ ସଲମାନ ଇନ୍‌ଷ୍ଟାରେ ନିଜ ପାଳିତ କୁକୁର ମାଇ ଲଭ୍‌ ସହ ଫଟୋ ପୋଷ୍ଟ କରିଥିଲେ । ଯାହା ପରେ ସଲମାନଙ୍କୁ ଦୁଃଖି ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଦୁଃଖି ହୋଇଥିଲେ ।

India.com

ଇନ୍‌ଷ୍ଟାରେ ମାଇ ଲଭ୍‌ ସହ ଥିବା ପୁରୁଣା ଫଟୋ ପୋଷ୍ଟ କରି ‘ମୋର ସବୁଠାରୁ ସୁନ୍ଦର ମାଇ ଲଭ୍‌ ଆଜି ଚାଲିଗଲା । ଭଗବାନ ତା’ର ଆତ୍ମାକୁ ଶାନ୍ତି ଦିଅନ୍ତୁ’ ବୋଲି ସଲମାନ ଲେଖିଥିବା ଦେଖା ଯାଇଥିଲା । ପୂର୍ବରୁ ସଲମାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମାଇ ଲଭ୍‌ର ଅନେକ ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ସେ ନିଜ ମାଇ ଲଭ୍‌ ସହ କେତେ ଜଡ଼ିତ ତାହା ଜଣା ପଡ଼ି ଯାଉଛି । ଏଭଳି ଏକ ଖବର ପୂରା ଖାନ୍‌ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଛି ।

 

View this post on Instagram

 

My most beautiful my love gone today. God bless her soul.

A post shared by Salman Khan (@beingsalmankhan) on

ସମ୍ବନ୍ଧିତ ଖବର