ମୁମ୍ବାଇ: ଗତ କିଛି ବର୍ଷ ହେବ ଅନୁମାନ କରାଯାଉଛି ଯେ, ବଲିଉଡର ଦବଙ୍ଗ ସଲମାନ ଖାନ, ଗାୟିକା ୟୁଲିଆ ବନ୍ତୁରଙ୍କୁ ଡେଟ୍ କରୁଛନ୍ତି। ସଲମାନ ଏବଂ ତାଙ୍କ ପରିବାର ସହିତ ପ୍ରାୟତଃ ନଜର ଆସିଥାନ୍ତି ୟୁଲିଆ। ଅନେକ ବର୍ଷ ହେଲାଣି ଏହି ଚର୍ଚ୍ଚା ଲାଗି ରହିଥିଲେ ବି ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସଲମାନଙ୍କୁ ବିବାହ ବିଷୟରେ ପ୍ରଶ୍ନ କରାଗଲେ ସେ କେବେ ବି ବିବାହ କରିବେ ନାହିଁ ବୋଲି କହୁଛନ୍ତି। ଏମଧ୍ୟରେ ୟୁଲିଆ ନିଜର ମନ କଥା କହିଛନ୍ତି।
ୟୁଲିଆ ନିକଟରେ ଦୁବାଇର ୟାସ ଦ୍ୱୀପରେ ଆୟୋଜିତ ହୋଇଥିବା ଆଇଫା-୨୦୨୪ରେ ଯୋଗ ଦେଇଥିଲେ। ହେଲେ ଏହି ଆୱାର୍ଡ ସୋ’କୁ ଯାଇପାରିନଥିଲେ ସଲମାନ। ଇଭେଣ୍ଟରେ ସେ ସୁପରଷ୍ଟାରଙ୍କୁ ମନେ ପକାଉଛନ୍ତି କି ବୋଲି ପଚରାଯିବାରୁ ସେ ତୁରନ୍ତ ଉତ୍ତର ଦେଇ କହିଥିଲେ, ସେ ମୋ ହୃଦୟରେ ଅଛନ୍ତି । ମୁଁ ତାଙ୍କୁ କିପରି ମନେ ପକାଇବି? ତାଙ୍କର ଏଭଳି ଉତ୍ତର ଏବେ ସଲମାନଙ୍କ ସହ ତାଙ୍କର ଥିବା ସମ୍ପର୍କର ଚର୍ଚ୍ଚାକୁ ଆହୁରି ବଢ଼ାଇଛି।