ମୁମ୍ବାଇ: ସୁପରଷ୍ଟାର୍‌ ସଲମନ ଖାନ୍‌ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟାଇଗର୍‌ ଜିନ୍ଦା ହେ’ ହେଉଛି ଏ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ନିକଟରେ ରିଲିଜ୍‌ ହୋଇଯାଇଛି ‘ଟାଇଗର୍‌ ଜିନ୍ଦା ହେ’ର ଟ୍ରେଲର୍‌। ତେବେ, ଜାଣିବାକୁ ମିଳିଛି ଏ ବର୍ଷର ବହୁଚର୍ଚ୍ଚିତ ଚଳଚିତ୍ର ‘ବାହୁବଳୀ-୨’ର ଟ୍ରେଲର୍‌କୁ ୟୁଟ୍ୟୁବ୍‌ରେ ୫୪୧ ହଜାର ଲାଇକ୍‌ ମିଳିଥିବା ବେଳ ‘ଟାଇଗର୍‌ ଜିନ୍ଦା ହେ’ ଟ୍ରେଲ୍‌ରକୁ ୟୁଟ୍ୟୁବ୍‌ରେ ୬୭୩ହଜାର ଲାଇକ ମିଳିଛି। ଏଲଥୁରୁ ସ୍ପଷ୍ଟ ଯେ ଆରମ୍ଭରୁ ‘ଟାଇଗର୍‌ ଜିନ୍ଦା ହେ’, ‘ବାହୁବଳୀ-୨’ରୁ ଦୁଇ ପାଦ ଆଗରେ। ‘ଟାଇଗର୍‌ ଜିନ୍ଦା ହେ’ର ଟ୍ରେଲର୍‌ ନଭେମ୍ବର ୬ରେ ରିଲିଜ୍‌ ହୋଇଯାଇଛି। ଚଳଚ୍ଚତ୍ରଟି ଡିସେମ୍ବର ୨୨ରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ। ତେବେ, ଦେଖିବାକୁ ବାକି ରହିଲା କେବଳ ଟ୍ରେଲର୍‌ ନୁହେଁ; ସଂପୂର୍ଣ୍ଣ ଚଳଚ୍ଚିତ୍ରଟି ‘ବାହୁବଳର-୨’ର ରେକର୍ଡ ଭଙ୍ଗ କରୁଛି କି ନାହିଁ।

Advertisment

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟିରେ ମୁଖ୍ୟ ଭୂମିକାରେ ଅଛନ୍ତି ସଲମନ ଏବଂ ନିକଟରେ ତାଙ୍କର ପ୍ରେମିକା ଥିବା ସ୍ମାର୍ଟ କ୍ୟାଟ୍‌। ଏହାର ନର୍ଦ୍ଦେଶନା ଦେଇଛନ୍ତି ସୁଲତାନ ହେଲମର୍‌ ଅଲ୍ଲୀ ଆବାସ ଜାଫର୍‌। ଚଳଚ୍ଚତ୍ରଟି ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ‘ଏକ୍‌ ଥା ଟାଇଗର୍‌ର’ ଦ୍ୱିତୀୟ ଭାଗ।