ସବୁ ଫିଲ୍ମରେ ନିର୍ମାତାଙ୍କ ଉପରେ ନିଜ ହୁକୁମ୍‌ ଚଲାନ୍ତି ସଲମାନ୍‌,ଏହି ଭୁଲ ପାଇଁ ହାତରୁ ଖସି ଗଲା ବଡ଼ ବଜେଟ୍‌ର ଫିଲ୍ମ

ମୁମ୍ବାଇ : ନିଜ ଫିଲ୍ମ ‘ଭାରତ’କୁ ନେଇ ଏବେ ଚର୍ଚ୍ଚାରେ ସଲମାନ ଖାନ୍‌ । କିଛି ଦିନ ତଳେ ଏହି ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପ୍ରିୟଙ୍କାଙ୍କ ସ୍ଥାନରେ କ୍ୟାଟ୍ରିନାଙ୍କୁ ନିଆଯାଇ ସୁଟିଂ ଆରମ୍ଭ କରାଯାଇଛି । ତେବେ ଫିଲ୍ମ ‘ଭାରତ’ ପରେ ଏବେ ‘ଧୁମ୍‌-୪’କୁ ନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସଲମାନ । ସବୁ ଫିଲ୍ମରେ ନିଜର ହୁକୁମ୍‌ ଚଲାଇବା ଗୁଣ ସଲମାନଙ୍କୁ ଭାରୀ ପଡ଼ିଛି ।

The Asian Age

ସୂଚନା ମୁତାବକ, ‘ଧୁମ୍‌-୪’ ପାଇଁ ୟଶରାଜ ଫିଲ୍ମ ତରଫରୁ ସଲମାନଙ୍କୁ ସାଇନ୍‌ କରାଯାଇଥିଲା । କିନ୍ତୁ ସଲମାନ ‘ଧୁମ୍‌-୪’ରେ ଥିବା ଅନ୍ୟ ଷ୍ଟାରକାଷ୍ଟରେ ପରିବର୍ତ୍ତନ ଆଣିବା ପାଇଁ ଜିଦ୍‌ ଧରି ବସିଥିଲେ । କିନ୍ତୁ ୟଶରାଜ ଫିଲ୍ମକୁ ଏହା ମଞ୍ଜୁର ନ ଥିଲା । ଅନ୍ୟ ପକ୍ଷରେ ନିଜ ଜିଦ୍‌କୁ ପୂରା କରିବା ପାଇଁ ଅଡ଼ି ବସିଥିଲେ ସଲମାନ୍‌ । ଯାହା ଫଳରେ ‘ଧୁମ୍‌-୪’ଭଳି ବଡ଼ ପ୍ରୋଜେକ୍ଟର ଫିଲ୍ମ ତାଙ୍କ ହାତରୁ ଚାଲି ଯାଇଥିଲା ।

ସମ୍ବନ୍ଧିତ ଖବର