ଏହି ବଲିଉଡ୍ ନାୟିକାଙ୍କୁ ମିଳିଲା ସଲମାନ୍ ଖାନଙ୍କ ସାଥ୍

ମୁମ୍ବାଇ: ବଲିଉଡର ଜଣେ ନାୟିକାଙ୍କୁ ପ୍ରଥମ ଥର ଲାଗି ସୁପରଷ୍ଟାର୍ ସଲମାନ୍ ଖାନଙ୍କ ସାଥ୍ ମିଳିଛି। ‘ମହେଞ୍ଜୋଦାରୋ’ରେ ସୁପରଷ୍ଟାର୍ ହ୍ରିତିକ ରୋଶନ୍ ଏବଂ ‘ହାଉସଫୁଲ-୪’ରେ ଅକ୍ଷୟ କୁମାରଙ୍କ ପରେ ଏବେ ବଲିଉଡ ନାୟିକା ପୂଜା ହେଗଡେ ବଲିଉଡର ଭାଇଜାନ୍ ସଲମାନଙ୍କ ସହିତ ପରଦାରେ ଆସୁଥିବାର ସୂଚନା ମିଳିଛି।

ପୂଜା ସଲମାନ୍ ଖାନ୍ ଷ୍ଟାରର୍ ମୁଭି ‘କଭି ଇଦ୍ କଭି ଦିଓ୍ୱାଲି’ରେ କାମ କରୁଛନ୍ତି।  ଏଥିରେ ପ୍ରଥମ ଥର ଲାଗି ତାଙ୍କୁ ସଲମାନଙ୍କ ସହ ଦେଖିବାକୁ ପାଇବେ ଦର୍ଶକ। ଏନେଇ ଫିଲ୍ମର ପ୍ରଯୋଜକ ସାଜିଦ ନାଦିଆଡଓ୍ୱାଲା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ସାଜିଦ  ପୂଜାଙ୍କ ସହ ‘ହାଉସଫୁଲ୍ -୪’ରେ କାମ କରିସାରିଛନ୍ତି। ପୂଜାଙ୍କ ସହ କାମ କରିବା ପରେ ସାଜିଦ୍ କହିଛନ୍ତି ଯେ, ‘କଭି ଇଦ୍ କଭି ଦିଓ୍ୱାଲି’ରେ ପୂଜା ଓ ସଲମାନଙ୍କ ଯୋଡ଼ି ପରଫେକ୍ଟ୍ ରହିବ । ପୂଜା ଏହି ଫିଲ୍ମରେ ଏକ ଛୋଟ ସହରର ଯୁବତୀ ଭୂମିକାରେ ନଜର ଆସିବେ। ବଲିଉଡରେ ପୂଜାଙ୍କର ଏହା ହେବ ତୃତୀୟ ଫିଲ୍ମ ।

Pooja Hegde Cast Opposite Salman Khan In Kabhi Eid Kabhi Diwali
image source-ndtv

ଶୁଣିବାକୁ ମିଳିଛି ଯେ, ଏହି ଫିଲ୍ମଟି ଚଳିତ ବର୍ଷ ଇଦ ଅବସରରେ ରିଲିଜ ହେବ। ଫିଲ୍ମଟିର କାହାଣୀ ସାଜିଦ୍ ଲେଖିଥିବା ବେଳେ ଏହାର ନିର୍ଦେଶନା ଭାର ବହନ କରିଛନ୍ତି ଫରହାଦ୍ ସାମଜୀ । ଏହି ସିନେମା ପାଇବା ପରେ ପୂଜା ହେଗଡେ ଖୁବ୍ ଖୁସି ଅଛନ୍ତି। ତେବେ ପ୍ରଥମ ଥର ଲାଗି ସଲମାନ୍- ପୂଜାଙ୍କ ଯୋଡ଼ିକୁ ଦର୍ଶକ କିପରି ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର