ସଲମାନ୍‌ଙ୍କ ପରେ ଆଉ ଜଣକୁ ଧୋକା ଦେଲେ ପ୍ରିୟଙ୍କା!

ମୁମ୍ବାଇ: ବଲିଉଡରେ ଏବେ ପ୍ରିୟଙ୍କା ଚୋପ୍ରା ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଯେବେଠୁଁ ସେ ବୟଫ୍ରେଣ୍ଡ ନିକ ଜୋନ୍‌ସଙ୍କ ସହିତ ଏନ୍‌ଗେଜ୍‌ମେଣ୍ଟ୍‌ କରିଥିବା ଖବର ଆସୁଛି,ସେବେଠାରୁ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏଣେ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଭାରତ୍‌’ଛାଡିବା ପରେ ବି ପ୍ରିୟଙ୍କା ଚର୍ଚ୍ଚିତା ହୋଇଥିଲେ।ପ୍ରିୟଙ୍କାଙ୍କର ଏଭଳି ପଦକ୍ଷେପକୁ ନେଇ ବଲିଉଡରେ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ସେ ଯାହା ହେଉ ସେହି ପ୍ରସଙ୍ଗ ଏବେ ଥଣ୍ଡା ପଡିଗଲାଣି।
ସଲମାନ୍‌ ଖାନ୍‌ଙ୍କୁ ଧୋକା ଦେବାପରେ ପ୍ରିୟଙ୍କା ଆଉ ଜଣେ ବଲିଉଡ ନିର୍ମାତା-ନିର୍ଦ୍ଦେଶକଙ୍କ ସହ ବି ପ୍ରତାରଣା କରିଥିବା ନେଇ ଚର୍ଚ୍ଚା ହେଉଛି।
କୁହାଯାଉଛି ଯେ,ପ୍ରିୟଙ୍କା ସଂଜୟ ଲୀଲା ଭଂସାଲୀଙ୍କ ଏକ ଫିଲ୍ମ ପାଇଁ ‘ଭାରତ୍‌’ ଛାଡ଼ିଥିଲେ। ଭଂସାଲୀ ଫିମେଲ୍‌ ଗ୍ୟାଙ୍ଗଷ୍ଟର୍‌ ଗଙ୍ଗୁବାଇ କୋଠେଓ୍ଵାନାଙ୍କ ଉପରେ ଏକ ହିନ୍ଦୀ ସିନେମା ନିର୍ମାଣ କରୁଛନ୍ତି । ସେଥିରେ ଟାଇଟଲ୍‌ ରୋଲ୍‌ କରିଥାନ୍ତେ ପ୍ରିୟଙ୍କା ଚୋପ୍ରା। ହେଲେ ଶେଷ ସମୟରେ ପ୍ରିୟଙ୍କା ସେହି ଫିଲ୍ମକୁ ବି ‘ନା’ କହିଥିଲେ।
କୁହାଯାଉଛି ଯେ ସଲମାନ୍‌ଙ୍କ ପରେ ସଂଜୟ ମଧ୍ୟ ପ୍ରିୟଙ୍କାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ,ପ୍ରିୟଙ୍କା ଆଗରୁ ଭଂସାଲୀଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’ରେ କାଶୀବାଇ ଭୂମିକାରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର