ମୁମ୍ବାଇ: ବଲିଉଡର ଦବଙ୍ଗ ବୟ ସଲମାନ ଖାନ ଚଳଚ୍ଚିତ୍ର ‘ଭାରତ’ ସୁଟିଂ ପାଇଁ ପଞ୍ଜାବ ଯାଇଥିଲେ।ସେଠାରେ ସଲମାନ୍ ଖାନ ଏବଂ କାଟ୍ରିନା କୈଫଙ୍କ ଉପରେ କେତେକ ଆକସନ୍ ସିନ ସୁଟ୍ କରାଯାଉଥିଲା।ତେବେ ସଲୁ ମିଆଁ ସୁଟିଂ ସେଟ୍ରେ ଆହତ ହୋଇ ନିଜ ଘର ମୁମ୍ବାଇକୁ ଫେରି ଆସିଥିଲେ। କୁହାଗଲା ଯେ ତାଙ୍କର ଗୋଡରେ ହେଆର ଲାଇନ୍ ଫ୍ରାକଚର୍ ହୋଇଥିଲା ସେ ଓ୍ଵାଘା ସୀମାରେ ସୁଟିଂରେ ବ୍ୟସ୍ତ ଥିବା ସମୟରେ ଆହତ ହୋଇଥିଲେ। ତା’ପରେ ସେ ଆରାମ ପାଇଁ ତୁରନ୍ତ ଘରକୁ ଫେରି ଆସିଥିଲେ।ଡାକ୍ତରମାନେ କିନ୍ତୁ ତାଙ୍କୁ ୭ ଦିନଲାଗି ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଘରେ ମାତ୍ର ଦୁଇ ଦିନର ବିଶ୍ରାମପରେ ସଲମାନ୍ ଖାନ୍ ପୁଣି ସୁଟିଂ ସେଟକୁ ଫେରିଛନ୍ତି। ସେ ପୁଣି ‘ଭାରତ’ର ସୁଟିଂ କରୁଛନ୍ତି। ଏହି ସୂଚନା ଦେଇଛନ୍ତି ଫିଲ୍ମର ନିର୍ମାତା ଅତୁଲ ଅଗ୍ନିହୋତ୍ରୀ।
/sambad/media/post_attachments/wp-content/uploads/2018/11/salman-kat.jpg)
ସଲମାନ୍ ନିଜର ଏହି ସିନେମାକୁ ଆଉ ଡେରି କରିବାକୁ ଚାହୁଁ ନାହାନ୍ତି , କାରଣ ସୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ପୁଣି ସେ ଆକସନ୍ ସିନ୍ କରୁଛନ୍ତି। ‘ଭାରତ’ର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ୍ ଜାଫର୍। ଏହା ଆର ବର୍ଷ ଇଦ୍ ଅବସରରେ ରିଲିଜ୍ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/salman-khan-759.jpg)