ସଲମାନ ବିଦା, ପୁଣି ଫେରିବେ ସୈଫ୍‌! ‘ରେସ୍‌-୪’ ରେ ଆସିବେ ଛୋଟେ ନବାବ

ମୁମ୍ବାଇ: ଗତ ବର୍ଷ ସଲମାନ ଖାନଙ୍କ ଅଭିନୀତ ‘ରେସ୍‌-୩’ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ସେତେଟା ଭଲ ପ୍ରଦର୍ଶନ କରିନଥିଲା। ଫିଲ୍ମର କେତେ ସଂଳାପ ଓ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହି ଫିଲ୍ମର ପ୍ରମୋସନ ସମୟରେ ସଲମାନ କହିଥିଲେ କି ତାଙ୍କ ଟିମ୍‌ ‘ରେସ୍‌-୪’ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛି। ମାତ୍ର ଏବେ ଜାଣିବାକୁ ମିଳୁଛି ଯେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ଇଚ୍ଛା ଭିନ୍ନ କିଛି। ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ‘ରେସ୍‌’ର ପ୍ରଯୋଜକ ରମେଶ ତୈରାନି ସଲମାନଙ୍କ ବଦଳରେ ସୈଫ୍‌ ଅଲ୍ଲୀ ଖାନଙ୍କୁ ଆଗାମୀ ସଂସ୍କରଣରେ ନେବାକୁ ଇଚ୍ଛା ରଖିଛନ୍ତି।

ସୈଫ୍‌ ପୂର୍ବରୁ ‘ରେସ୍‌’ ଓ ‘ରେସ୍‌-୨’ରେ ବି କାମ କରି ସାରିଛନ୍ତି। ସୈଫ୍‌ ଅଭିନୟ କରିଥିବା ଦୁଇଟିଯାକ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ସଫଳ ହୋଇ ପାରଇଥିଲା। ତେଣୁ ଯେତିକି ଅନୁମାନ ଲଗାଯାଉଛି ସୈଫଙ୍କର ଏହି ଚଳଚ୍ଚିତ୍ରରେ କାମ କରିବା ସଲମାନଙ୍କର ଚଳଚ୍ଚିତ୍ରରେ କାମ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର