ମୁମ୍ବାଇ: ଏକ ହିନ୍ଦୀ ଫିଲ୍ମରେ ବଲିଉଡ ସୁପରଷ୍ଟାର୍ ସଲମାନ୍ ଖାନ୍ ଅତିଥି ଭୂମିକାରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ‘ତାନାଜୀ ଦ ଅନସଙ୍ଗ୍ ଓ୍ଵାରିଅର୍’ରେ ସଲମାନ୍ ଖାନ୍ ଛତ୍ରପତି ଶିବାଜୀଙ୍କ ଚରିତ୍ରରେ ଅଭିନୟ କରିବେ। ଯଦି ଏପରି ଘଟେ ତେବେ ଏହା ହେବ ପ୍ରଥମ ସିନେମା ଯେଉଁଥିରେ ସଲମାନ୍ ଖାନ୍ ଜଣେ ଇତିହାସ ପ୍ରସିଦ୍ଧ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିବେ।
ବଲିଉଡର ଦକ୍ଷ ଅଭିନେତା ଅଜୟ ଦେବଗନ୍ ‘ତାନାଜୀ ଦ ଅନସାଙ୍ଗ୍ ଓ୍ଵାରିଅର୍’ଟାଇଟଲରେ ନିର୍ମିତ ଏହି ହିନ୍ଦୀ ସିନେମାରେ ଟାଇଟଲ ରୋଲରେ ଅଛନ୍ତି। ଓମ୍ ରାଓ୍ଵତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆଗାମୀ ବର୍ଷ ନଭେମ୍ବର ୨୨ ତାରିଖରେ ମୁକ୍ତିଲାଭ କରିବ।
/sambad/media/post_attachments/wp-content/uploads/2018/10/tanaji_first_look-300x249.jpg)
ଛତ୍ରପତି ଶିବାଜୀ ଭୂମିକା ଲାଗି ପ୍ରଥମେ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଅଫର୍ ଦିଆଯାଇଥିଲା । ଏବେ ସୈଫ୍ କହିଛନ୍ତି ଯେ ସେ ‘ତାନାଜୀ-ଦ ଅନ୍ସଙ୍ଗ୍ ଓ୍ଵାରିଅର୍’ରେ ଅଭିନୟ କରୁଛନ୍ତି। ସେ ସୁଟିଂ ବି ଆରମ୍ଭ କରିସାରିଲେଣି। ହେଲେ ଏଥିରେ ସେ ଛତ୍ରପତି ଶିବାଜୀଙ୍କ ଭୂମିକା ନିଭାଉ ନାହାନ୍ତି। ତାଙ୍କର ଚରିତ୍ରଟି ସଂପୂର୍ଣ୍ଣ ଭିନ୍ନ।ଅର୍ଥାତ୍ ସଲମାନ୍ ସେହି ଚରିତ୍ର ନିଭାଇବା କଥା ସତ ବୋଲି ଧରିବାକୁ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Salman-Khan-easterneye.jpg)