ସଲମାନ୍‌ ଖାନଙ୍କ ପାଇଁ ବିରାଟ କୋହଲି ଓ ଅନୁଷ୍କା ଶର୍ମା ପୁଣି ଏକାଠି ହୋଇଥିଲେ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ହେବ ଡିସେମ୍ବର ୧୨ତାରିଖରେ ବୋଲି କୁହାଯାଉଛି।ଏଥି ପାଇଁ କୋହଲି ଓ ଅନୁଷ୍କା ସେମାନଙ୍କର ପରିବାର ସହିତ ଇଟାଲି ପାଇଁ ଗସ୍ତ କରି ସାରିଛନ୍ତି। ହେଲେ ଆପଣ ଜାଣନ୍ତିକି ଏ ଦୁଇ କଳାକାରଙ୍କର ମଝିରେ ବ୍ରେକଅପ୍‌ ହୋଇଥିଲା ତାପରେ ଲାଗୁଥିଲା ଯେ ଏମାନଙ୍କର ପ୍ରେମ କାହାଣୀର ଅନ୍ତ ଘଟିଲା।

ହେଲେ ସେତେବେଳେ ଅନୁଷ୍କା ଶର୍ମା ସଲମାନ୍‌ ଖାନଙ୍କ ସହ ‘ସୁଲତାନ୍‌’ର ସୁଟିଂ କରୁଥିଲେ। ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କର ବ୍ରେକ ଅପ ଖବର ପାଇବା ମାତ୍ରେ ବଲିଉଡ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଉଭୟଙ୍କୁ ନିଜ ଘରକୁ ଡ଼ାକିଥିଲେ । ଉଭୟଙ୍କ ମଧ୍ୟରେ ମିଳାମିଶା କରାଇଥିଲେ । ଏହାପରେ ସେ ଦୁହେଁ ପୁଣି ପ୍ରେମ ସଂପର୍କରେ ରହିଲେ।

ସମ୍ବନ୍ଧିତ ଖବର