ଯଦି କାହାରିକୁ ଲଗ୍ଜରୀ କାର୍କୁ ଛାଡ଼ି ଅଟୋରେ ବସି ଘରକୁ ଯିବାକୁ ପଡ଼ିବାକୁ କୁହାଯାଏ ତ ସେ ନିଶ୍ଚୟ ହେଲେ ଚିନ୍ତାରେ ପଡ଼ିଯିବେ!ହେଲେ ଏପରି ଘଟଣା ଘଟିଛି ବଲିଉଡ଼୍ ଆକ୍ଟର୍ ସଲମାନ୍ ଖାନ୍ଙ୍କ କ୍ଷେତ୍ରରେ!ତେବେ ଏପରି ନୁହେଁ ଯେ ଅଟୋରେ ବସି ଘରକୁ ଯିବାକୁ ପଡ଼ିବା କଥା ଶୁଣିଲାପରେ ସଲ୍ଲ ମିଆଁକୁ ଖରାପ ଲାଗିଥାଇ ପାରେ ବୋଲି? ସଲମାନ୍ ଜାଣିଶୁଣି ହିଁ ଅଟୋରେ ଯାଇଥିଲେ। ତେବେ ଆପଣଙ୍କ ମନରେ ଏଇଆ ହିଁ ନିଶ୍ଚୟ ପ୍ରଶ୍ନ ଆସୁଥିବ କି କଅଣ ଏପରି ହେଲା ଯେ ଦବଙ୍ଗ୍ ବୟ୍ଙ୍କୁ ଅଟୋରେ ଆସିବାକୁ ପଡ଼ିଲା?କଥା କଅଣ କି ଏଇ ନିକଟରେ ସଲମାନ୍ ତାଙ୍କର ଫିଲ୍ମର ସୁଟିଂ ପାଇଁ ଷ୍ଟୁଡ଼ିଓକୁ ଯାଇଥିଲେ।
ଆଉ ସେଠାରେ ସେ ତାଙ୍କର ସୁଟିଂ କାମ ସାରି ଯେତେବେଳେ ଘରକୁ ଫେରିବାକୁ ବାହାରିଲେ ଠିକ୍ ସେତେବେଳେ ଦୁଇଜଣ ମହିଳା ଆସି ତାଙ୍କୁ ଘେରିଲେ।ଏହାପରେ ସଲମାନ୍ ଖାନ୍ ତାଙ୍କ ସହିତ ହସିହସି ଅଟୋଗ୍ରାଫ୍ ଦେଲେ ଓ ସେଲ୍ଫି ମଧ୍ୟ ଉଠାଇଲେ। ହେଲେ ପରେ ପରେ ଯେତେବେଳେ ସେଠାରେ ଭିଡ଼ ଜମିବାକୁ ଲାଗିଲା,ସେ ସେଠାରୁ ଖସି ପଳାଇବାକୁ ଉଚିତ୍ ମନେକଲେ। ତେବେ ସଲମାନ୍ଙ୍କ ଘର ଠାରୁ ତାଙ୍କ ଷ୍ଟୁଡ଼ିଓର ଦୂରତା ବେଶି ନୁହେଁ ମାତ୍ର ୮୦୦ ମିଟର ହିଁ ଅଟେ। ଫଳରେ ବଲିଉଡ଼୍ର ଏହି ଷ୍ଟାର୍ ଜଣଙ୍କ କାର୍ରେ ନ ଆସି ତାଙ୍କ ଆଖପାଖରେ ରହିଥିବା ଏକ ଅଟୋରେ ବସି ଘରକୁ ଯାଇଥିଲେ।
ଏହାପରେ ସଲମାନ୍ ଖାନ୍ ଘର ପାଖରେ ଅଟୋରୁ ଓହ୍ଲାଇ ଅଟୋ ଭଡ଼ା ୧୬ ଟଙ୍କା ଦେବା ପରିବର୍ତ୍ତେ ୧୦୦୦ ଟଙ୍କିଆ ନୋଟ୍ଟିଏ କାଢ଼ି ଅଟୋଚାଳକୁ ଦେଇଥିଲେ, ଯାହାକୁକି ଦେଖିଲା ପରେ ଅଟୋଚାଳକ ଜଣଙ୍କ ଖୁବ୍ ଖୁସି ହୋଇ ସଲମାନ୍ ଖାନ୍ ଙ୍କୁ ଖୁବ୍ ଆଶୀର୍ବାଦ ଦେବା ସହିତ ବଲିଉଡ଼୍ର ସମସ୍ତ ଷ୍ଟାର୍ମାନଙ୍କ ମଧ୍ୟରେ ସଲମାନ୍ ହିଁ ସବୁଠୁଁ ପ୍ରଥମ ଦୟାଳୁ ଅଭିନେତା ବୋଲି ମଧ୍ୟ କହିବାକୁ ଲାଗିଲେ। ତେବେ ସେ ଯାହାବି ହେଉ ସଲମାନ୍ ଯେ ,କେବଳ ପ୍ରଥମ ଥର ପାଇଁ ଏମିତି କରିଛନ୍ତି ତାହା ନୁହେଁ,ଏହା ପୂର୍ବରୁ ମଧ୍ୟ ସେ ଗରିବଙ୍କୁ ବହୁତ କିଛି ସାହଯ୍ୟ କରିବାର ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/salman-khan_660_042313053619_020614072820.jpg)