ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ପକ୍ଷରୁ କ୍ରମାଗତ ଭାବେ ଧମକ ମିଳୁଛି। ନିକଟରେ ସଲମାନଙ୍କ ସାଙ୍ଗ ଓ ଏନସିପି ନେତା ବାପା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିକାଣ୍ଡ ଓ ହତ୍ୟା ଘଟଣାରେ ଲରେନ୍ସ ବିଶ୍ନୋଇର ହାତ ଥିବା କୁହାଯାଉଛି। ଏହି କ୍ରମରେ ସଲମାନଙ୍କୁ ବି କ୍ରମାଗତ ଭାବେ ହତ୍ୟା ଧମକ ମିଳୁଥିବାରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ପୂର୍ବ ଅପେକ୍ଷା ଆହୁରି କଡ଼ାକଡ଼ି କରାଯାଇଛି।
ସୂଚନାଯୋଗ୍ୟ, ସଲମାନଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପାଖାପାଖି ୫୦ରୁ ୬୦ ପୁଲିସଙ୍କୁ ନିୟୋଜିତ କରାଯାଇଛି। ଏମାନେ ସମସ୍ତେ ସଲମାନଙ୍କ ଘର ବାହାରେ ସାଧା ପୋଷାକରେ ଡିୟୁଟି କରୁଛନ୍ତି। ସଲମାନଙ୍କ ଘର ତଥା ଆଖପାଖ ସ୍ଥାନରେ ୨୪ଘଣ୍ଟା ଟିକନିଖ ନଜର ରଖୁଛନ୍ତି।
ଏଥିସହିତ ମୁମ୍ବାଇ ପୁଲିସ ଏଆଇର ହାଏ ପାୱର ସିସିଟିଭି କ୍ୟାମେରା ଖଞ୍ଜିଛି। ଏହି କ୍ୟାମେରାରେ ଚେହେରା ଚିହ୍ନବା ଭଳି ଫିଚର ରହିଛି। ଏହାର ଅର୍ଥ ରେକର୍ଡ ହେଉଥିବା ବ୍ୟକ୍ତିଙ୍କ ଚେହେରା କ୍ୟାମେରା ଚିହ୍ନି ପାରିବ। ଯଦି କେହି ସଲମାନଙ୍କ ଘର ସାମ୍ନାରେ ତିନିଥରରୁ ଅଧିକ ଦେଖାଗଲେ ତେବେ ଏହି କ୍ୟାମେରାରେ ଥିବା ଆଲର୍ଟ ଆଲାରାମ ବାଜି ଉଠିବ।
ଏହାଦ୍ବାରା ଜଣାପଡ଼ି ପାରିବ କି କିଏ ସଲମାନଙ୍କ ଘର ଆଖପାଖରେ ରେକି କରୁଛି। ଏଭଳି ପରିସ୍ଥିତିରେ ପୁଲିସ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଜାଣି ଯାଞ୍ଚ କରିବ। ଯଦି ସନ୍ଦିଗ୍ଧ ଗିତିବିଧି ଦେଖାଗଲା ତେବେ ଗିରଫ ବି କରି ପାରେ।
ସଲମାନଙ୍କ ଘର ବାହାର ଲୋକେସନ ଏବେ ଏକ ପୁଲିସ ବ୍ୟାରେକ ଭଳି ଦିଶୁଛି। ସଲମାନଙ୍କୁ ସରକାରଙ୍କ ପକ୍ଷରୁ ୱାଇ ପ୍ଲସ କ୍ୟାଟେଗରିରେ ସିକ୍ୟୁରିଟି କଭର ଦିଆଯାଇଛି। ଯେଉଁଥିରେ ୮ରୁ ୧୦ଜଣ ପୁଲିସ କର୍ମଚାରୀ ସାମିଲ ଅଛନ୍ତି। ଏଥିମଧ୍ୟରୁ ୪ରୁ୫ଜଣ ପୁଲିସକର୍ମଚାରୀ ଟ୍ରେଣ୍ଡ କମାଣ୍ଡୋ ଅଛନ୍ତି। ଏମାନଙ୍କ ସହିତ ଜଣେ ଅଫିସର ବି ସାମିଲ ଅଛନ୍ତି।
ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ପକ୍ଷରୁ ଏକ ପୋଷ୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ଉଲ୍ଲେଖ କରାଯାଇଛି, ‘ଆମର କାହାରି ସହିତ ଶତ୍ରୁତା ନାହିଁ। କିନ୍ତୁ ଯିଏବି ସଲମାନଙ୍କୁ ସାହାଯ୍ୟ କରିବ ସେ ନିଜ ହିସାବ କିତାବ କରି ରଖିଥିବ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/16/ysiCvZ58Ymf5RkUN6Exe.jpg)