ସଲୁ ମିଆଁଙ୍କ ପତ୍ନୀ ବୋଲି କହି ଆତ୍ମହତ୍ୟା ଧମକ ଦେଲେ ମହିଳା

ମୁମ୍ବାଇ: ସଲୁ ମିଆଁଙ୍କର କେତେ ଯେ ପ୍ରଶଂସକ ତାହା ତ ସମେସ୍ତ ଜାଣନ୍ତି। ମାତ୍ର ତାଙ୍କ ପ୍ରଶଂସକ ଏପରି କିଛି କାଣ୍ଡ କରି ବସିବେ ଏହା ସଭିଙ୍କ ଭାବନା ବାହାର କଥା। ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ପାଇଁ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି ସଲମାନ ଖାନ୍‌। ଏଥର କିନ୍ତୁ ଚର୍ଚ୍ଚାରେ ରହିବାର କାରଣ ଭିନ୍ନ। ଏଥର ସଲମନ ତାଙ୍କ ବିବାହ ପ୍ରସଂଗ କିମ୍ବା କୌଣସି ଚଳଚ୍ଚିତ୍ରକ ପାଇଁ ଚର୍ଚ୍ଚାରେ ନାହାନ୍ତି। ସଲମନଙ୍କ ଚର୍ଚ୍ଚା ପଛର କାରଣ ତାଙ୍କର ଜଣେ ଫ୍ୟାନ୍‌।

ସୂଚନାରୁ ଜାଣିବାକୁ ମିଳିଛି ଯେ ଦବଙ୍ଗ୍‌ ବୟ ସଲୁଙ୍କର ଜଣେ ମହିଳା ପ୍ରଶଂସକଙ୍କ ପାଇଁ ସଲମାନଙ୍କ ଘର ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି। ତେବେ, ଖବର ଅଛି କି ଗାଲାକ୍ସି ଆପାର୍ଟମେଂଟରେ ଜଣେ ମହିଳା ପ୍ରବେଶ କରି ନିଜକୁ ସଲମାନଙ୍କ ପତ୍ନୀ ବୋଲି ଦାବି କରିଥିଲେ। ଏହା ସହିତ ଗାଲାକ୍ସି ଆପାର୍ଟମେଂଟ ଛାତରେ ଛିଡା ହୋଇ ଆତ୍ମହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ ମହିଳା ଜଣକ। ସିକ୍ୟୁରିଟି ଗାର୍ଡଙ୍କ ଅନୁପସ୍ଥିତିର ଫାଇଦା ନେଇ ମହିଳା ଜଣଙ୍କ ଆପାର୍ଟମେଂଟ ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଥିଲେ। ଏହାପରେ ସେଠାରେ ଥିବା ସିକ୍ୟୁରିଡି ଗାର୍ଡ ପୁଲିସ୍‌ ବଦଳରେ ଅଗ୍ନିଶମ ବିଭାଗକୁ ଫୋନ୍‌ କରି ଡାକିଥିଲେ। ଅନେକ ନାକେଦମ ହେବା ପରେ ମହିଳା ଜଣଙ୍କ ତଳକୁ ଓହ୍ଲାଇଥିଲେ। ଏବେ ସେହି ମହିଳା ଜେଲରେ ଥିବାବେଳେ ନିଜକୁ ସଲମାନଙ୍କ ପତ୍ନୀ ବୋଲି ଦାବି କରୁଛନ୍ତି।

ଏହି ଘଟଣା ସମୟରେ ସଲମାନ ସେଠରେ ଉପସ୍ଥିତ ନଥିଲେ। ଉଲ୍ଳେଖଯୋଗ୍ୟ, ବର୍ତ୍ତମାନ ସଲମାନ ଆବୁ ଧାବିରେ ରେସ୍‌ – ୩ର ସୁଟିଂରେ ବ୍ୟସ୍ତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର