ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ନିଜ ନାଁରୁ ଅକ୍କିନେନି ହଟାଇଲେ ସାମନ୍ଥା, ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନେକ ସେଲିବ୍ରିଟିମାନେ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିବା ବେଳେ ଅନେକ ଷ୍ଟାର ଦମ୍ପତି ପରସ୍ପରଠାରୁ ଅଲଗା ହୋଇଛନ୍ତି | କିଛି ଦିନ ତଳେ ବଲିଉଡ ଅଭିନେତା ଆମିର ଖାନ ନିଜ ପତ୍ନୀଙ୍କଠାରୁ ଅଲଗା ହେଉଥିବା ନେଇ ଜଣାଇଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା | ଏବେ ତାମିଲ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଅକ୍କିନେନି କରିଥିବା କାମ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି | ସେ ନିଜ ଇନଷ୍ଟାଗ୍ରାମ ଓ ଟ୍ୱିଟର ଆକାଉଣ୍ଟର ନାଁ ପରିବର୍ତ୍ତନ କରିଥିବା ଦେଖାଯାଇଛି |

Samantha gets a sweet birthday surprise from husband Naga Chaitanya
onmanorama

 

ଇନଷ୍ଟାଗ୍ରାମ ଓ ଟ୍ୱିଟର ଆକାଉଣ୍ଟରେ ପୂର୍ବରୁ ତାଙ୍କ ନାଁ ସାମନ୍ଥା ଅକ୍କିନେନି ଥିବା ବେଳେ ଏବେ ସେ ନିଜ ନାଁରୁ ଅକ୍କିନେନି ହଟାଇବା ସହ କେବଳ ଏସ ରଖିଥିବା ଦେଖାଯାଇଛି | ସାମନ୍ଥା ହଠାତ ଏଭଳି କରିଥିବାରୁ ଅକ୍କିନେନି ପରିବାର ସହ ଏବଂ ସ୍ୱାମୀଙ୍କ ସହ ତାଙ୍କର କିଛି ସମସ୍ୟା ଆରମ୍ଭ ହୋଇଛି ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି | ତେବେ ସାମନ୍ଥା ଏଭଳି କରିବା ପଛର କାରଣ ଏପର୍ଯ୍ୟନ୍ତ ଜଣାଇନାହାନ୍ତି |

ସମ୍ବନ୍ଧିତ ଖବର