ତେଲୁଗୁ ଓ ତାମିଲ ସିନେମା ଇଣ୍ଡଷ୍ଟ୍ରିରେ ପାଖାପାଖି ଦଶବର୍ଷ ପୂରଣ କରିଥିବା ସମନ୍ଥା ଏବେ ବଲିଉଡ୍ରେ ନିଜର ପତିଆରା ଦେଖାଉଛନ୍ତି। ୱେବ୍ ସିରିଜ୍ ‘ଫ୍ୟାମିଲି ମ୍ୟାନ୍-୨ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେଇଥିବା ସମନ୍ଥା ଆକ୍କିନେନୀ କହିଛନ୍ତି, ଏହା ତାଙ୍କ ପାଇଁ ଏକ ସ୍ବପ୍ନର ଚରିତ୍ର। ୱେବ୍ ଫିଲ୍ମ ‘ଫ୍ୟାମିଲି ମ୍ୟାନ୍’ ସିଜିନ୍-୨ରେ ଟ୍ରେଲର୍ ଦେଖିବା ପରେ ଜଣାପଡ଼ିଛି ଯେ ସମନ୍ଥା ଏଥିରେ ରାଜଲକ୍ଷ୍ମୀ ଶେଖରନ୍ ଓରଫ ରାଜି ଚରିତ୍ରରେ ଉଭା ହେଇଛନ୍ତି, ଯିଏ ଏକ ସନ୍ତ୍ରାସବାଦ ଦଳରେ ଜଡ଼ିତ ଅଛନ୍ତି।
ସମନ୍ଥା କହିଛନ୍ତି, ‘୧୫ ବର୍ଷରୁ ୫୦ ବର୍ଷ ବୟସ ବର୍ଗର ସମସ୍ତ ଦର୍ଶକ ମୋ ଚରିତ୍ରକୁ ଗ୍ରହଣ କରିବେ ବୋଲି ମୁଁ ଆଶାବାଦୀ।’ ଏଇ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ପାଇ ସେ ନିଜକୁ ଭାଗ୍ୟବତୀ ବୋଲି ବିବେଚନା କରିଛନ୍ତି। ହିନ୍ଦୀ ମୁଭି ‘ଏକ୍ ଦିୱାନା ଥା’ରେ ପରେ ୱେବ୍ ଫିଲ୍ମ ‘ଫ୍ୟାମିଲି ମ୍ୟାନ୍’ ଦେଖିବା ପରେ ଦର୍ଶକ କହୁଛନ୍ତି ସାବାସ୍ ସମନ୍ଥା! କୋଭିଡ୍ ସଂକ୍ରମଣ ଓ ଏଥିଜନିତ କଟକଣା ଭିତରେ ୱେବ୍ ସିରିଜ୍ ‘ଫ୍ୟାମିଲି ମ୍ୟାନ୍’ର ପ୍ରଥମ ଓ ଦ୍ବିତୀୟ ଭାଗରେ ଅଭିନୟ କରି ସେ ଅଧିକ ଚର୍ଚ୍ଚାକୁ ଆସିଛନ୍ତି। ଏଇ ସିରିଜ୍ରେ ମନୋଜ ବାଜପେୟୀ, ପ୍ରିୟାମଣି, ସରିବ ହାସମୀ, ଆଶଲେଶା ଠାକୁର, ବେଦାନ୍ତ ସିହ୍ନା, ସାହାବ ଅଲ୍ଲୀ, ନୀରଜ ମାଧବ, ରବୀନ୍ଦ୍ର ବିଜୟ, ଶରଦ କେଲକର ପ୍ରମୁଖଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/samantha.jpg)