‘ପୁଷ୍ପା’ର ଏହି ତିନି ମିନିଟର ଗୀତ ପାଇଁ ସାମନ୍ଥା ନେଇଛନ୍ତି ୫କୋଟି ଟଙ୍କା

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଦେଖିବାକୁ ଦର୍ଶକ ମଧ୍ୟରେ କ୍ରେଜ ବଢ଼ିଛି। ଏମାନଙ୍କ ଯୋଡ଼ିକୁ ଦର୍ଶକ ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ଡିସେମ୍ବର ୧୭ରେ ସିନେମାଟି ପ୍ରେକ୍ଷାଳୟରେ ମୁକ୍ତି ଲାଭ କରିଥିଲା। ଏହି ସିନେମାଟି ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଭାଷାରେ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ଅଛି। ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ଏହା ୩୦୦ କୋଟିରୁ ଅଧିକ କମାଇ କରିସାରିଲାଣି ।

ଫିଲ୍ମର କାହାଣୀ ଓ ସଂଳାପ ସହିତ ଏଥିରେ ଥିବା ଗୀତଗୁଡିକୁ ମଧ୍ୟ ଚର୍ଚ୍ଚାକୁ ଆସିଛି। ଏହି ଫିଲ୍ମରେ ରହିଥିବା ଗୀତ ‘ଓ ଅନ୍ତାୱା’ ରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଆଇଟମ୍‌ ଡ୍ୟାନ୍ସରେ ସାମନ୍ଥାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ୍ ମଚାଇଥିଲା। ତେବେ ୩ ମିନିଟର  ଏହି ଆଇଟମ୍ ଗୀତ ପାଇଁ ସାମନ୍ଥା କେତେ ଟଙ୍କା ନେଇଛନ୍ତି ତାହା ଆପଣ ଜାଣିଛନ୍ତି କି?

ଏକ ରିପୋର୍ଟରୁ ଜଣାପଡ଼ିଛି ସାମନ୍ଥା ଏହି ୩ ମିନିଟିର ଗୀତ ପାଇଁ ୫ କୋଟି ଟଙ୍କା ନେଇଛନ୍ତି । ଏହି ଆଇଟମ୍ ଗୀତଟିକୁ କେବଳ ଫ୍ୟାନ୍ସ ନୁହନ୍ତି, ସେଲିବ୍ରେଟିମାନେ ମଧ୍ୟ ବହୁତ ପସନ୍ଦ କରୁଥିବା ଦେଖାଯାଇଛି । ସାମନ୍ଥା ଉକ୍ତ ଗୀତରେ ଅଭିନୟ ପାଇଁ ପ୍ରଥମରୁ ଅନିଚ୍ଛୁକ ଥିଲେ,  କିନ୍ତୁ ପରେ ‘ଓ ଅନ୍ତାୱା’ ଗୀତ ପାଇଁ ହଁ ଭରିଥିଲେ।

ସମ୍ବନ୍ଧିତ ଖବର