ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ସାମନ୍ଥା ପ୍ରଥମେ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ। ଏବେ ନାଗା ଚୈତନ୍ୟ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ ଦ୍ବିତୀୟ ବିବାହ କରିସାରିଛନ୍ତି। ନାଗାଙ୍କ ବିବାହ ପରେ ସାମନ୍ଥାଙ୍କ ଜୀବନରେ କେହି ଅଛନ୍ତି କି ନାହିଁ ସେନେଇ ଚର୍ଚ୍ଚା ହେଉଥିବା ବେଳେ ‌ଏବେ ନିର୍ଦ୍ଦେଶକଙ୍କ ସହ ତାଙ୍କ ନାମ ଯୋଡାଯାଉଛି। 

Advertisment

ଗତ ବର୍ଷ ସାମନ୍ଥା, ସିଟାଡେଲ: ହନି ବନିର ନିର୍ଦ୍ଦେଶକ ରାଜ ନିଡିମୋରୁଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହି ଚର୍ଚ୍ଚା ଉପରେ ମୋହର ମାରିଛି ରାଜ୍-ସାମନ୍ଥାଙ୍କ ଫଟୋ। ଫେବ୍ରୁଆରି ୧ ତାରିଖରେ ସାମନ୍ଥା ରୁଥ୍ ପ୍ରଭୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୱାର୍ଲ୍ଡ ପିକଲବଲ୍ ଲିଗ୍ ମ୍ୟାଚର ଅନେକ ଫଟୋ ସେୟାର କରିଥିଲେ। ଅଭିନେତ୍ରୀ ପିକଲବଲ୍ ଦଳ ଚେନ୍ନାଇ ସୁପର ଚାମ୍ପ୍ସର ମାଲିକାଣୀ। ପ୍ରଥମ ଫଟୋରେ ସେ ରାଜଙ୍କ ସହିତ ଚାଲୁଥିବାର ଦେଖାଯାଇଛି। ଅନ୍ୟ ଏକ ଫଟୋରେ ସେ ତାଙ୍କ ଦଳ ପାଇଁ ଜୋରରେ ପାଟି କରି ସମର୍ଥନ କରୁଥିବା ସମୟରେ ରାଜ ତାଙ୍କୁ ଦେଖୁଥିବାର ଦେଖାଯାଇଛି। ଏହି ଫଟୋ ଭାଇରାଲ ହେବା ପରେ ଏବେ ଦୁହିଁଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି।