ମୁମ୍ବାଇ: ଗତ କିଛି ବର୍ଷ ହେବ ସାଉଥ ଷ୍ଟାର ସମାନ୍ଥା ରୁଥ ପ୍ରଭୁ ଚର୍ଚ୍ଚାରେ ରହିଛନ୍ତି। ବ୍ୟକ୍ତିଗତ ଜୀବନ ହେଉ କି ପେସାଦାର ଜୀବନ, ବିଭିନ୍ନ କାରଣ ପାଇଁ ସାମନ୍ଥ‌ା ଆଲୋଚନାର ବିଷୟ ପାଲଟିଛନ୍ତି। ଏବେ ତାଙ୍କର ଏକ ପୋଡକାଷ୍ଟକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ। ଯକୃତକୁ ସଫା କିଭଳି ରଖିବା ବିଷୟ ବସ୍ତକୁ ନେଇ ସାମନ୍ଥା ଜଣେ ୱେଲନେସ୍ କୋଚଙ୍କ ସହ ପୋଡକାଷ୍ଟ କରିଥିଲେ। ଏଥିରେ ଯକୃତ ଡିଟକ୍ସ କରିବା ପାଇଁ ଯେଉଁ ସବୁ ଉପାୟ ୱେଲନେସ୍ କୋଚ୍ କହିଥିଲେ, ତାହା ସଠିକ୍ ନୁହେଁ ବୋଲି ଅନ୍ୟ ଜଣେ ଡାକ୍ତର ଦାବି କରିଛନ୍ତି। ଏକ୍ସ ପୋଷ୍ଟ ଜରିଆରେ ସାମନ୍ଥା ନିଜ ୩କୋଟି ଫଲୋୟର୍ସଙ୍କୁ ଠକିଥିବା କହିଛନ୍ତି ଡାକ୍ତର।

Advertisment

'ଦଲିଭରଡକ୍' ନାମ ଏକ ଏକ୍ସ ଆକାଉଣ୍ଟରେ ସାମନ୍ଥାଙ୍କ ପୋଡକାଷ୍ଟର ଭିଡିଓ ପୋଷ୍ଟ କରାଯାଇ ଲେଖାଯାଇଛି ଯେ, "ସାମନ୍ଥ‌ା ଯକୃତକୁ ଡିଟକ୍ସ କରିବା ନେଇ ୩୩ମିଲିୟନରୁ ଅଧିକ ଫଲୋୟର୍ସଙ୍କୁ ବିଭ୍ରାନ୍ତକାରୀ ଏବଂ ଭୁଲ ସୂଚନା ଦେଉଛନ୍ତି। ପୋଡକାଷ୍ଟକୁ ଆସିଥିବା ୱେଲନେସ୍ କୋଚ୍ ଭୁଲ ସୂଚନା ଦେଇଛନ୍ତି। ତାଙ୍କୁ ଯକୃତ ବିଷୟରେ ବା ମଣିଷ ଶରୀର ବିଷୟରେ କିଛି ଜଣାନାହିଁ। ମୁଁ ବୁଝିପାରୁନାହିଁ ଯେ, ଏତେ ଫଲୋୟର୍ସ ଥିବା ସାମନ୍ଥା କିଭଳି ଏ ଭୁଲ କରିପାରିଲେ। ଭଲ ଭାବରେ ରିସର୍ଚ୍ଚ ନକରି ସେ କିଭଳି କାହାକୁ ନିଜ ପୋଡକାଷ୍ଟକୁ ଡାକିଲେ। ଭିଡିଓରେ ନିଜକୁ ୱେଲନେସ୍ କୋଚ୍ ବ୍ୟକ୍ତିଜଣକ ପ୍ରକୃତରେ ଡାକ୍ତର ନୁହଁନ୍ତି ଏବଂ ଯକୃତର କାର୍ଯ୍ୟ ବିଷୟରେ ବୋଧହୁଏ ତାଙ୍କର କୌଣସି ଧାରଣା ନାହିଁ। ମୁଁ ଜଣେ ଯକୃତ ଡାକ୍ତର। ଜଣେ ତାଲିମପ୍ରାପ୍ତ ଏବଂ ପଞ୍ଜୀକୃତ ହେପାଟୋଲୋଜିଷ୍ଟ। ଏକ ଦଶନ୍ଧିରୁ ମୁଁ ଯକୃତ ରୋଗର ନିରାକରଣ ଏବଂ ଚିକିତ୍ସା କରୁଛି। ଭିଡିଓରେ ଯାହା ସବୁ କୁହାଯାଇଛି ତାହା ସଠିକ୍ ନୁହେଁ।"