ୱେବ ସିରିିଜ୍ ‘ସିଟାଡେଲ’ର ସୁଟିଂ ‌ସମୟରେ ଆହତ ହେଲେ ସାମନ୍ଥା

ନୂଆଦିଲ୍ଲୀ: ୱେବ ସିରିିଜ୍ ‘ସିଟାଡେଲ’ର ସୁଟିଂ ‌ସମୟରେ ଆହତ ହେଲେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ମାୟୋସିଟିସ୍ ରୋଗ ସହ ଲଢ଼ୁଥିବା ସାମନ୍ଥା ଏବେ ସୁଟିଂ ସେଟରେ ଆହତ ହୋଇଥିବା ନେଇ ଖବର ମିଳିଛି। ନିଜ ହାତରେ ଆଘାତ ଲାଗିଥିବାର ଫଟୋ ସେୟାର କରି ସାମନ୍ଥା ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।

ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆଘାତ ଲାଗିଥିବା ହାତର ଫଟୋ ସେୟାର କରିଛନ୍ତି। ତାଙ୍କ ଆଙ୍ଗୁଠିରେ ରକ୍ତ ଦାଗ ଏବଂ ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ସାମନ୍ଥା ୱେବ୍ ସିରିଜରେ କିଛି ଆକ୍ସନ୍ ଦୃଶ୍ୟର ସୁଟିଂ କରୁଥିବା ବେଳେ ତାଙ୍କୁ ଏହି ଆଘାତ ଲାଗିଛି। ମାର୍ଶଲ ଆର୍ଟ ଟ୍ରେନିଂ ପାଇଁ ନିର୍ମାତାମାନେ ହଲିଉଡର ଆକ୍ସନ୍-ଡାଇରେକ୍ଟରଙ୍କୁ ଆଣିଥିବା ବେଳେ ନିଜ ଚରିତ୍ରକୁ ଜୀବନ୍ତ କରିବାକୁ ସାମନ୍ଥା କଡ଼ା ପରିଶ୍ରମ କରୁଛନ୍ତି।

news18

କିଛି ଦିନ ତଳେ ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଷ୍ଟଣ୍ଟ ଅଭିନେତା ତଥା ଆକ୍ସନ୍ ନିର୍ଦ୍ଦେଶକ ୟାନିକ୍ ବେନଙ୍କ ସହିତ ଅଭ୍ୟାସ କରୁଥିବାର ଏକ ଭିଡିଓ ସେୟାର କରିଥିଲେ।

ତେବେ ସିଟାଡେଲରେ ସାମନ୍ଥାଙ୍କ ସହ ନଜର ଆସିବେ ବଲିଉଡ ଅଭିନେତା ବରୁଣ ଧୱନ। ସାମନ୍ଥାଙ୍କୁ ମାୟୋସିଟିସ୍ ହେବା ପରେ ଏହାର ସୁଟିଂ ଆରମ୍ଭ ହୋଇପାରୁନଥିବା ବେଳେ ଏବେ ସେ ସୁସ୍ଥ ହେବା ପରେ ଏହାର ସୁଟିଂ ଆରମ୍ଭ କରିଛନ୍ତି। ବଲିଉଡ ପ୍ରୋଜେକ୍ଟ ପାଇଁ ତାଙ୍କୁ ମୁମ୍ବାଇରେ ରହିବାକୁ ପଡ଼ୁଥିବାରୁ ସେ ମୁମ୍ବା‌ଇରେ ଘର ମଧ୍ୟ କିଣିଛନ୍ତି। ପ୍ରାୟ ୧୫କୋଟି ଟଙ୍କା ମୂଲ୍ୟରେ ସେ ଘର କିଣିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର