ସାମନ୍ଥାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଛାଡ଼ପତ୍ରର ବର୍ଷେ ପରେ ସାଥିରେ ନଜର ଆସିବେ ସାମନ୍ଥା- ନାଗା

ମୁମ୍ବାଇ: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ତଳେ ସେ ନିଜ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେଉଥିବା ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏବେ ସାମନ୍ଥା ନିଜ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଛନ୍ତି। ସାମନ୍ଥା ଏହି ସୂଚନା ପରେ ତାଙ୍କ ପୂର୍ବ ସ୍ବାମୀ ନାଗା ତାଙ୍କ ସହ ଯୋଗାଯୋଗ କରିଥିବା ଜଣାପଡ଼ିଥିଲା।

ଏବେ ଚର୍ଚ୍ଚା ହେଉଛି ଯେ, ସାମନ୍ଥାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ‌ସେ ପୁଣି ଥରେ ପୂର୍ବ ସ୍ବାମୀଙ୍କ ନିକଟତର ହୋଇଛନ୍ତି। ଏହା ସହ ନାଗା ଚୈତନ୍ୟ ଏବଂ ତାଙ୍କ ବାପା ନାଗାର୍ଜୁନ ସାମନ୍ଥାଙ୍କୁ ଭେଟିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଛାଡ଼ପତ୍ର ପରଠାରୁ ଦୁହେଁ ପରସ୍ପର ସହ କଥା ହେଉନଥିବା ବେଳେ ଏବେ ଦୁହେଁ ସାଥିରେ ନଜର ଆସିପାରନ୍ତି ବୋଲି କୁହାଯାଉଛି। ଦୁହିଁଙ୍କ ଯୋଡ଼ି ହିଟ୍ ଥିବା ବେଳେ ପ୍ରଶଂସକଙ୍କ ପାଇଁ ଦୁହେଁ ସାଥିରେ କାମ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

नागा चैतन्या, सामंथा रूथ प्रभु
aajtak

ଉଲ୍ଲେଖଯୋଗ୍ୟ, ଦୁହେଁ ବିବାହ ବିଚ୍ଛେଦ ନେଇ ଘୋଷଣା କରିବା ପରେ ଦୁହିଁଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଥିଲା। ପରେ ସେମାନେ ଏକାଠି ହୋଇଯିବେ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ ବି ତାହା ହୋଇନଥିଲା। ଏବେ ନାଗା ସାମନ୍ଥାଙ୍କ ସହ କଥା ହେଉଥିବା ବେଳେ ଉଭୟଙ୍କ ମଧ୍ୟରେ ସବୁକିଛି ସ୍ୱାଭାବିକ ହେବ ବୋଲି ପ୍ରଶଂସକ ଆଶା କରୁଛନ୍ତି।

ସମ୍ବନ୍ଧିତ ଖବର