ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କ ଗତ ଅକ୍ଟୋବର ୪ ତାରିଖରେ ବିବାହ ସମ୍ପର୍ଣ୍ଣ ହୋଇଛି । ଏଭଳି ସମୟରେ ନାଗା ଚୈତନ୍ୟ ଓ ପ୍ରଥମ ସ୍ତ୍ରୀ ଅଭିନେତ୍ରୀ ସମାନ୍ଥା ରୁଥପ୍ରଭୁଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଏହି ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଥିଲେ, ‘ଏହି ଫଟୋ ଡିଲିଟି କରିବାର ଏବେ ସମୟ ଆସି ଯାଇଛି ସମାନ୍ଥା।
ନାଗାଙ୍କ ବିବାହ ପରେ ସମାନ୍ଥା ରୁଥ ପ୍ରଭୁ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମାନ୍ଥା ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଜଣେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ରେସଲିଂ ମ୍ୟାଚ ଚାଲିଛି। ପ୍ରାରମ୍ଭିକ ସମୟରେ ଜଣେ ଯୁବକ ମ୍ୟାଚ ପାଇଁ ପୁରା ପ୍ରସ୍ତୁତିର ସହ ଆଗକୁ ବଢ଼ିଥିବା ବେଳେ ଶେଷରେ ଯୁବତୀ ଜଣକ ବିଜୟୀ ହେଉଛନ୍ତି।’
/sambad/media/post_attachments/2024-12/h208m6t8_samantha_625x300_05_December_24.jpg)
ଏହି ଭିଡିଓର କ୍ୟାପସନ ଦେଇ ସମାନ୍ଥ ରୁଥ ପ୍ରଭୁ କ୍ୟାପସନ ଦେଇ ଲେଖିଛନ୍ତି,‘ଫୁଲ ପରି ନରମ ନୁହେଁ, ବମ୍ବ ଭଳି ନରମ ହୁଅ।#ଫାଇଟ ଲାଇକ ଏଗାର୍ଲ’’।
ବହୁ ବର୍ଷ ଧରି ଡେଟିଂ କରିବା ପରେ ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କ ଧୁମଧାମରେ ବିବାହ ସମ୍ପର୍ଣ୍ଣ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/05/U7uaJFT3dWT5OBnMkqG9.jpg)