ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ବର୍ତ୍ତମାନ ଦକ୍ଷିଣ ଭାରତୀୟ ଫିଲ୍ମ ସହିତ ବଲିଉଡ ଫିଲ୍ମରେ ମଧ୍ୟ କାମ କରିବା ଆରମ୍ଭ କରିଛନ୍ତି। ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେବେ ବୋଲି ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। କିଛି ଦିନ ହେଲାଣି ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଥିବା ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ କିଭଳି ସାହସର ସହ ଏହି ରୋଗ ଲଢ଼ୁଛନ୍ତି, ତାହାର ଅନେକ ଝଲକ ସେ ନିଜ ପ୍ରଶଂସକଙ୍କୁ ଦେଖାଇଛନ୍ତି।

Advertisment

ସାମନ୍ଥାଙ୍କୁ ତାଙ୍କ ଅଭିନୟ ଓ ସୁନ୍ଦରତା ବ୍ୟତୀତ ଭଲ ଫିଗର୍‌ ପାଇଁ ବି ଲୋକେ ଜାଣନ୍ତି। ସେ ନଜକୁ ଫିଟ୍‌ ରଖିବାକୁ ଖୁବ୍ ପରିଶ୍ରମ କରନ୍ତି ଓ ‌ସୋସିଆଲ୍‌ ମିଡିଆରେ ଲଗାତର ନିଜର ୱାର୍କଆଉଟ୍‌ ଭିଡିଓ ପୋଷ୍ଟ୍‌ କରନ୍ତି। କେବଳ ସେତିକି ନୁହେଁ, ନିଜେ ଫିଟ୍‌ ରହିବା ସହ ସେ ତାଙ୍କ ପ୍ରଶଂସକମାନଙ୍କୁ ବି ଫିଟ୍‌ ରହିବାକୁ ପ୍ରେରିତ କରିଥାନ୍ତି।

ସାମନ୍ଥା ବର୍ଷେ ହେବ ଅଟୋଇମ୍ୟୁନୋ ରୋଗ ମାୟୋସିଟିସ୍ ସହ ଲଢୁଥିବା‌ ବେଳେ ସେ ନିକଟରେ ତାଙ୍କର ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ଏହି ବର୍ଷକ କିପରି କଟିଛି ସେ ସଂପର୍କ‌ରେ କହିଛନ୍ତି। ସେ କହିଛନ୍ତି ଯେ ଗତ ଗୋଟାଏ ବର୍ଷ ଭିତରେ ଲୁଣ, ଚିନି ଓ ଶସ୍ୟଜାତୀୟ ଖାଦ୍ୟ କିଛି ବି ଖାଇନାହାନ୍ତି।