ମୁମ୍ବାଇ: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ତଳେ ସେ ନିଜ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେଉଥିବା ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏବେ ସାମନ୍ଥା ନିଜ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଛନ୍ତି।

Advertisment

ତେବେ ସେ ଯେଉଁ ରୋଗରେ ଆକ୍ରାନ୍ତ ସେହି ରୋଗରେ ଥରେ କେହି ପଡ଼ିଲେ ତ୍ବଚାର ଚମକ ହ୍ରାସ ପାଇବା ଏକ ସ୍ବାଭାବିକ କଥା। ତେବେ କିଛି ସୋସିଆଲ୍‌ ମିଡିଆ ପେଜ୍‌ରେ ଏହି କଥାକୁ ନେଇ ସମନ୍ଥାଙ୍କୁ ସମବେଦନା ଜଣା ଯାଇଥିବା ବେଳେ ଏହାର ଜବାବ ଅତ୍ୟନ୍ତ ନମ୍ର ଭାବେ ଦେଇଛନ୍ତି ଅଭିନେତ୍ରୀ। ‌ଏକ ପେଜ୍‌ରେ ସାମନ୍ଥାଙ୍କର ଏକ ଫଟୋ ସେୟାର ହୋଇ ଉଲ୍ଲେଖ ହୋଇଥିଲା ଯେ ଅଭିନେତ୍ରୀଙ୍କ ଚେହେରାର ଚମକ ହ୍ରାସ ପାଉଛି।

ଯାହାର ଉତ୍ତରରେ ସାମନ୍ଥା କହିଛନ୍ତି, ‘ମୁଁ ପ୍ରାଥନା କରୁଛି ଯେ ମୁଁ ଯେପରି ମାସ ମାସ ଧରି ଔଷଧ ଓ ଚିକିତ୍ସା ପ୍ରକ୍ରିୟା ଦେଇ ଗତି କରୁଛି ସେପରି ଆପଣଙ୍କ ସହ କେବେ ବି ନହେଉ। ଆପଣଙ୍କ ଚେହେରାର ଚମକ ପାଇଁ ମୋ ପାଖରୁ ମୁଁ ଭଲପାଇବା ପଠାଉଛି।’

ଅଭିନେତା ବରୁଣ ଧୱନଙ୍କ ସହ ‘ସିଟ‌ାଡେଲ’ ଫିଲ୍ମରେ କାମ କରିଥାନ୍ତେ ସାମନ୍ଥା। ହେଲେ ନିଜ ଶାରୀରିକ ସମସ୍ୟା ପାଇଁ ତାଙ୍କ ହାତରୁ ଏହି ଫିଲ୍ମ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଫିଲ୍ମ ପାଇଁ ସାମନ୍ଥା କଠିନ ପରିଶ୍ରମ କରିଥିବା ବେଳେ ମାର୍ସଲ ଆର୍ଟସ ମଧ୍ୟ ଶିଖିଥିଲେ।